How to get your dream life./କିପରି ପାଇବେ ଆପଣଙ୍କ ସ୍ବପ୍ନର ଜୀବନ।

How to get your dream life.

କିପରି ପାଇବେ ଆପଣଙ୍କ ସ୍ବପ୍ନର ଜୀବନ। 

ନମସ୍କାର ସାଙ୍ଗମାନେ

ଆପଣମାନେ ସମସ୍ତେ ଜାଣନ୍ତି ଶିକ୍ଷା ର ଭୂମିକା ଆମ ଜୀବନରେ କେତେ ମହତ୍ୱପୂର୍ଣ୍ଣ ଅଟେ। କାରଣ ଶିକ୍ଷା ହିଁ ବିକାଶ ଅଟେ। ମଣିଷ ଆଜି ୦ ଠାରୁ ଆରମ୍ଭ କରି ଚନ୍ଦ୍ର ପୃଷ୍ଟ ରେ ପାଦ ରଖି ସରିଲାଣି। ଏହା ସମ୍ଭବ ହୋଇପାରିଛି କେବଳ ଏହି ଶିକ୍ଷା ପାଇଁ।

ଆଜିକା ସମୟରେ କୌଣସି ମଣିଷ ଚାହାନ୍ତି ନାହିଁ ଯେ ସେ ଅସୁସ୍ଥ ଏବଂ ରୋଗଗ୍ରସ୍ତ ହୋଇ ଶୀଘ୍ର ମରିଯିବା ପାଇଁ। ସମସ୍ତେ ଚାହାନ୍ତି ନିରୋଗୀ ଏବଂ ସୁସ୍ଥ ହୋଇ ବଞ୍ଚି ରହିବ ପାଈଁ।

କେହି ଚାହାଁନ୍ତି ନାହିଁ ଯେ ସେ ଦରିଦ୍ର ଏବଂ ଅଭାବି ହୋଇ ବଂଚି ରହିବ ପାଇଁ। ସମସ୍ତେ ଛାହାନ୍ତି ସମୃଦ୍ଧ ଓ ବିତଶାଳୀ ହବାପାଇଁ।

ଆମ ମାନଙ୍କ ମଧ୍ୟରୁ କେହି ଚଂହାନ୍ତି ନାହିଁ ଯେ ତାଙ୍କୁ ଭଲପାଇବା ଓ ପଦପ୍ରତିଷ୍ଠା ତାଙ୍କୁ ନ ମିଳୁ। ସମସ୍ତେ ଚାହାଁନ୍ତି ସେ ଉପଯୁକ୍ତ ସମ୍ମାନ ସହିତ ପଦ ପ୍ରତିଷ୍ଠା ମଧ୍ୟ ମିଳୁ।

ଆମ ମାନଙ୍କ ମଧ୍ୟରୁ କାହାରିକୁ ଦୁଃଖ ଓ ଯନ୍ତ୍ରଣା ଦରକାର ନାହିଁ। ସମସ୍ତେ ଚାହାଁନ୍ତି ସୁଖ ଏବଂ ଶାନ୍ତି ରେ ଚଳିବା ପାଇଁ।

ତେବେ ସାଙ୍ଗମାନେ ଯଦି ଆମେ ଚାହୁଁଛନ୍ତି ଆମ ଜୀବନରେ ସଠିକ ରୂପେ ଆଗକୁ ଯିବା ପାଇଁ ,ତେବେ ଆମକୁ ଏହି ୪ଟି ସ୍ତମ୍ଭ ନିହାତି ଆବଶ୍ୟକ ଅଟେ।

ଯାହାକି:-

୧.ସ୍ୱାସ୍ଥ୍ୟ , ୨.ଟଙ୍କା, ୩. ଭଲପାଇବା , ୪.ପରମ ଆତ୍ମା


ଏହି ଚାରୋଟି ସ୍ତମ୍ଭ ମଣିଷ ଜୀବନ କୁ ସଠିକ ସମାତୁଲ୍ୟରେ ବଦଳାଇପାରିବେ। ଏଥି ମଧ୍ୟରୁ କୌଣସି ଗୋଟିଏ ର ଅଭାବ ଆମଜୀବନରେ ବଡ ଅଭାବ ଆଣିଦେଇପରେ। ତେଣୁ ଆମ ଜୀବନର ଏହି ଚାରୋଟି ସ୍ତମ୍ଭ ପାଇବା ମୌଳିକ  ଲକ୍ଷ୍ୟ ରହିବ ଦରକାର। କିନ୍ତୁ ଆମେ ଯଦି ବର୍ତ୍ତମାନ ମଣିଷର ଜୀବନ ଶୈଳୀ କୁ ଅନୁକରଣ କରି ଆଗକୁ ଯିବା ତେବେ ଆମେ ଏହି ଲକ୍ଷ୍ୟ କୁ ହାସଲ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇପାରେ। କାରଣ ବର୍ତମାନ ପରିସ୍ଥିତିରେ ଜଣେ ଯୁବକ ପ୍ରଥମେ ସ୍କୁଲ, କଲେଜ, ଇଉନିଭରସିଟି ରୁ ବିଦ୍ୟ ଅଧ୍ୟୟନ କରିସାରିବା ପରେ ସେ ନିଜ ଜୀବନର ଲକ୍ଷ୍ୟ ପାଇଁ କିଛି କରିବା ପରିବର୍ତେ, ଚାକିରୀ କରି ଅନ୍ୟ କାହାର ଲକ୍ଷ୍ୟ ପୂରଣ କରିଥାଏ। ବାକି ବଳକା ସମୟକୁ ବ୍ୟବହାର କରି ଏହି ସ୍ତମ୍ଭ କୁ ହାସଲ କରିବା କଷ୍ଟସାଧ୍ୟ ହୋଇଯାଏ।

ଆସନ୍ତୁ ଜାଣିବା ଆପଣ ଏହାକୁ ହାସଲ କରିପାରିବେ କିପରି।

ଧରି ନିଅନ୍ତୁ ଆପଣଙ୍କ ଅଂଚଳରେ ଜଣେ ସଫଳ ବ୍ୟକ୍ତି ୨୦-୩୦ବର୍ଷ ପରିଶ୍ରମ କରି  ତାଙ୍କ ସ୍ବପ୍ନ ଜୀବନ ବଞ୍ଚୁଛନ୍ତି। ତେବେ ଆପଣ ସେହି ବ୍ୟକ୍ତିଙ୍କୁ ଆପଣଙ୍କ ଜୀବନ ର ଜଣେ ପଥପ୍ରଦର୍ଶକ ଭାବେ ଗ୍ରହଣ କରି ତାଙ୍କର ଅଭିଜ୍ଞତାକୁ ୧-୨ ବର୍ଷ ମଧ୍ୟରେ ଶିଖି ପାରିବେ। ଯାହା ଫଳରେ ଆପଣଙ୍କ ସଫଳ ମାର୍ଗ ରେ ଆସୁଥିବ ଭୂଲ ଗଡିକୁ ରୋକି ବାରମ୍ବାର ବିଫଳ ରୁ ମୁକ୍ତ ହୋଇପାରିବେ। ଏହା ଯଦି ହୁଏ ତେବେ ସେ ଅପଣଙ୍କ ର ଉପଯୁକ୍ତ ପଥପ୍ରଦର୍ଶକ ହୋଇପାରନ୍ତି।

କଣ ବାସ୍ତବ ରେ ଏହା ହୋଇଥାଏ ? ହଁ ସାଙ୍ଗମାନେ ଏହା ହୋଇଥାଏ।

ଅପଣଙ୍କ ଯଦି ବିଶ୍ଵାସ ନ ହେଉଛି ତେବେ ଆମ ପୃଥିବୀର ସମସ୍ତ ମହାନ ସଫଳ ବ୍ୟକ୍ତିଙ୍କ ଜୀବନି ପଢି ଦେଖନ୍ତୁ, ସମସ୍ତେ mentor ଙ୍କ ଠାରୁ ଜ୍ଞାନ ଗ୍ରହଣ କରି ଆଜି ସଫଳ ହୋଇଛନ୍ତି। ଆଜିର ସମୟରେ ଏମିତିକା କୌଣସି ସଫଳ ବ୍ୟକ୍ତି ନଥିବେ ଯାହାଙ୍କର mentor ବା ପଥପ୍ରଦର୍ଶକ ନଥିବେ। ହୁଏତ ସେ Bill Gates, Warren Buffet,Steve jobs ଅବା Facebook ର ପ୍ରତିଷ୍ଠତା Mark jugerburg ହୁଅନ୍ତୁ ନା କାହିଁକି। ଏମାନେ ସମସ୍ତେ ତାଙ୍କ ମେଣ୍ଟର ଙ୍କ ଠାରୁ ଶିକ୍ଷା ଗ୍ରହଣ କରିଛନ୍ତି। ଯାହାଫଳରେ ଆଜି ସମଗ୍ର ବିଶ୍ୱ ତାଙ୍କ ସଫଳତା ର ଗୁଣଗାନ କରୁଛି।

ଜଣେ ଉପଯୁକ୍ତ ପଥପ୍ରଦର୍ଶକ ତାଙ୍କ ଜ୍ଞାନ ବଳରେ ଅପଣଙ୍କ ବହୁମୂଲ୍ୟ ସମୟକୁ ନଷ୍ଟ ହବାରୁ ବଞ୍ଚାଇ ପାରିବେ।ଯାହା ଫଳରେ ଆପଣ ସଠିକ ସମୟରେ ଯଥା ଯୁବ ଅବସ୍ଥାରେ ହିଁ ଆପଣଙ୍କ ଲକ୍ଷ୍ୟ ସ୍ଥଳ ରେ ପହଂଚି ପାରିବେ। କାରଣ ଆମକୁ ମିଳିଥିବା ସମୟ କ୍ଷଣସ୍ଥାୟୀ ଅଟେ। ତେଣୁ ବୁଦ୍ଧିମତା ର ସହିତ ଆମକୁ ସମୟର ବ୍ୟବହାର କରିବା କୁ ପଡିବ। ଯାହା ଫଳରେ ଆମେ ଅଦରକାରି କଷ୍ଟ ଏବଂ ବିଫଳ ଜୀବନ ଠାରୁ ଦୁରରେ ରହିପାରିବ। ଯଦି ଆପଣ, ଜୀବନରେ କିଛି ବଡ ଲକ୍ଷ୍ୟ ପୁରଣ କରି ସୁଖୀ ହବ ପାଇଁ ଚାଁହାନ୍ତି ତେବେ ଆପଣଙ୍କର “ପଥପ୍ରଦର୍ଶକ” ରହିବା ନିହାତି ଆବଶ୍ୟକ। ଯାହାଙ୍କ ଠାରୁ ଆପଣ ଉପଯୁକ୍ତ ପ୍ରଣାଳୀ ରେ ଶିକ୍ଷା ଗ୍ରହଣ କରି ଉଚିତ ମାର୍ଗ ରେ ଲକ୍ଷ୍ୟ କୁ ହାସଲ କରିପାରିବେ। କିନ୍ତୁ ସାଙ୍ଗମାନେ ଆମେ ସବୁ ପ୍ରକାର ଜ୍ଞାନ ଜଣେ ମେଣ୍ଟର ଙ୍କ ଠାରୁ ଶିଖିବା ସହଜ ଲାଗୁଥିଲେ ମଧ୍ୟ,ଏହା ସମ୍ଭବ ପର ହୋଇନଥାଏ। କାରଣ ଜଣେ ବ୍ୟକ୍ତି ଗୋଟିଏ କିମ୍ବା ଦୁଇଟି କ୍ଷେତ୍ରରେ ବିଶେଷଜ୍ଞ ହାଇପରେ ନା କି ଅତ୍ୟଧିକ।

ତେବେ ଆପଣ ଏଥି ପାଇଁ ଅଲଗା କିଛି କରିବା କୁ ପଡିବ। ଆପଣ ସର୍ବାଧିକ ଲୋକେ କରୁଥିବା ଭୁଲ ଏବଂ କଷ୍ଟର ମାର୍ଗକୁ ଛାଡି ଅଲଗା ରାସ୍ତା ଅପଣାଇବାକୁ ପଡିବ। ଯାହା ଫଳରେ ଅତିଶୀଘ୍ର ଆପଣ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ।

ସର୍ବ ପ୍ରଥମେ ଆପଣଙ୍କ ମସ୍ତିଷ୍କ କୁ ଖୋଲା ରଖି ବିଭିନ୍ନ ମାର୍ଗରୁ ଜ୍ଞାନ ଆହରଣ କରନ୍ତୁ। ଆପଣ ଚାହୁଁଥିବା ଲକ୍ଷ୍ୟ କ୍ଷେତ୍ର ରେ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କ ନିକଟରୁ ଜ୍ଞାନ କୁ ଅର୍ଜନ କରିପାରିବେ। ଏହା କିପରି ସମ୍ଭବ ହୋଇପାରିବ ମୁଁ ଆପଣ ମାନଙ୍କୁ ଭିନ୍ନ ମାର୍ଗ ଦର୍ଶାଇବି। କାରଣ ଆପଣମାନେ ଶିଖିବା ପାଇଁ ଆଗ୍ରହୀ ଅଟନ୍ତି। ସେଥିରୁ ଏକ ଉପଯୁକ୍ତ ମାଧ୍ୟମ ହେଲା ପୁସ୍ତକ ଅଧ୍ୟୟନ ବା ବହି ପଢିବା। ଯାହାକି ସେହି ସଫଳ ପୁରୁଷଙ୍କ ଦ୍ୱାରା ଅବା ତାଙ୍କୁ ଭଲଭାବରେ ଜାଣିଥିବା ବ୍ୟକ୍ତି ଙ୍କ ଦ୍ଵାରା ଲେଖା ଯାଇଥିବା।

ହେଲେ ସାଙ୍ଗମାନେ ମୁଁ ଜାଣେ ବହିପଢିବା ଆପଣ ମାନଙ୍କ ମଧ୍ୟରୁ କେତେକ ଙ୍କୁ ଜମା ଭଲ ଲାଗୁନଥିବା। କାରଣ ମୋତେ ମଧ୍ୟ ଆଗରୁ ଏମିତି ଲାଗୁଥିଲା। କିନ୍ତୁ ଯଦି ଆପଣ ଗୋଟିଏ ଭଲ ସଂପର୍କ,ସଫଳ ବ୍ୟବସାୟ ଏବଂ ସୁଖୀ ଜୀବନ ଚାଁହାନ୍ତି ତେବେ ଆପଣଙ୍କୁ ନିହାତି ଭାବେ ବହି ପଡିବ ପାଇଁ ପଡିବ। କାରଣ ବହି ରେ ଦିଆଯାଇଥିବା ଜ୍ଞାନ ବଳରେ ଅପଣଙ୍କ ଲକ୍ଷ୍ୟ କୁ ପାଇବା ସହଜ ହୋଇପାରିବ।

ଦୁନିଆରେ ୯୩% ପ୍ରତିଶତରୁ ଅଧିକ ସଫଳ ବ୍ୟକ୍ତି ବ୍ୟକ୍ତିତ୍ୱ ବିକାଶ ନିମନ୍ତେ ବହି ପଢ଼ିଥାନ୍ତି। କିନ୍ତୁ ଗରିବ ଓ ଅସଫଳ ବ୍ୟକ୍ତି ଏ ଦିଗରେ କୌଣସି ପଦକ୍ଷେପ ନେଇନଥାନ୍ତି। କାରଣ ସେମାନେ ଭାବନ୍ତି ତାଙ୍କୁ ସବୁକିଛି ଜଣାଅଛି ହଁ କେବଳ ଯଦି ତାଙ୍କ ଭାଗ୍ୟ ପରିବର୍ତ୍ତନ ହୁଏ ତେବେ ସେମାନେ ସଫଳ ହୋଇଯିବେ। ଯାହା ବାସ୍ତବ ସତ୍ୟ ନୁହେଁ। ଦିନେ Bill Gates ଓ Warren buffet ଙ୍କୁ ପ୍ରଶ୍ନ କରାଗଲା। ଆପଣମାନେ କେଉଁ ରହସ୍ୟମୟ ଶକ୍ତିକୁ ବ୍ୟବହାର କରି ଏତେ ସଫଳତା ପାଇଛନ୍ତି ? ତେବେ ଦୁହିଁଙ୍କ ଉତ୍ତର ଥିଲା “ The Power to read veryfast ”  ।

ଏହି ସମସ୍ତ ତଥ୍ୟ ପ୍ରମାଣିତ କରିଦିଏଯେ ଆଜିର ସମୟରେ ଆଗକୁ ବଢିବା କୁ ହେଲେ ବହିପଢିବା କେତେ ମହତ୍ୱପୂର୍ଣ୍ଣ ଅଟେ। ହେଲେ ମୁଁ ଜାଣେ ସାଙ୍ଗମାନେ ବହିପଢିବା ଆପଣମାନଙ୍କ ପାଇଁ ମୁଣ୍ଡବ୍ୟଥା ଏବଂ ଚିନ୍ତାର ବିଷୟ। କାରଣ ଆମ ସମସ୍ତଙ୍କୁ ପିଲାବେଳୁ ବହିପଢିବା ପାଇଁ ବାଧ୍ୟ କରାଯାଇଅଛି। ତେବେ ଆପଣଙ୍କ ମାନେ ଚିନ୍ତା କରନ୍ତୁ ନାହିଁ ସାଙ୍ଗମାନେ, ଏହି କାରଣ ହେତୁ ଆମେ  YouTube Channel ଟିକୁ ତିଆରି କରିଛୁ। ଏହି ଚ୍ୟାନେଲ ଜରିଆରେ ଆମେ ଆପଣମାନଙ୍କୁ ଉପଯୁକ୍ତ ବାସ୍ତବ ଦରକାରୀ ଜ୍ଞାନ ସବୁ ଦେଇପାରିବୁ। ଯାହା ଆପଣଙ୍କୁ ସଫଳତା ର ମାର୍ଗରେ ଅତିଶୀଘ୍ର ପହଞ୍ଚାଇ ପାରିବ। ଆମେ ଏହା କହୁନାହୁଁ ସାଙ୍ଗମାନେ ଆପଣ ଏହି ଠାରୁ ହିଁ ସମସ୍ତ ଜ୍ଞାନ ପାଇପାରିବେ। ଆପଣମାନେ ଅନ୍ୟାନ୍ୟ ମାଧ୍ୟମ ମଧ୍ୟ୍ୟ ଆପଣା ନ୍ତୁ । Mentor, books, Seminar ଇତ୍ୟାଦି। ଏହା ଜରୁରୀ ନୁହେଁ ଯେ ଆପଣ ଙ୍କୁ ସବୁପ୍ରକାର ଜ୍ଞାନ ମୁକ୍ତରେ ମିଳିଯିବ। ଏଥିପାଇଁ ହୁଏତେ ଆପଣଙ୍କୁ ଟଙ୍କା, ସମୟ ଏବଂ ଶକ୍ତି ମଧ୍ୟ୍ୟ ଖର୍ଚ୍ଚ କରିବାକୁ ପଡିପାରେ।

ତେଣୁ ମୁଁ ଆପଣଙ୍କୁ ଜଣାଉଛିଯେ ଅନ୍ୟାନ୍ୟ ମଧ୍ୟମରୁ ମଧ୍ୟ ଜ୍ଞାନ ଆହୋରଣ କରନ୍ତୁ। ଆମେ ଏହି Blog ଜରିଆରେ ଦେଉଥିବା ଜ୍ଞାନ ଗୋଟିଏ ମାଧ୍ୟମ ହୋଇପାରେ। ଯାହା ଅପଣଙ୍କ ଜୀବନରେ ପୂର୍ଣ୍ଣ ପରିବର୍ତନ ଆଣିପାରିବ।

ଏହିପରି କାମରେ ଆସୁଥିବା ମହତ୍ୱପୂର୍ଣ୍ଣ ଜ୍ଞାନ କୁ ଜାଣିବାକୁ ହେଲେ ଆମ Youtube Channel  କୁ Subscribe କରନ୍ତୁ। ଆପଣଙ୍କ ସାଙ୍ଗସାଥି ଏବଂ ବନ୍ଧୁବାନ୍ଧବ ଙ୍କୁ Share କରି ଜଣାନ୍ତୁ।

Click the following link below 👇
https://www.youtube.com/channel/UCINQK2FK_-426Uird1CRIIQ

How to get your dream life./କିପରି ପାଇବେ ଆପଣଙ୍କ ସ୍ବପ୍ନର ଜୀବନ। How to get your dream life./କିପରି ପାଇବେ ଆପଣଙ୍କ ସ୍ବପ୍ନର ଜୀବନ। Reviewed by Alone Arya on 6:42 AM Rating: 5

No comments:

Powered by Blogger.