Why happen lunar eclipse./କାହିଁକି ହୋଇଥାଏ ବଡ ଚନ୍ଦ୍ରଗ୍ରହଣ । କଣ ରହିଛି ଏହାର ବୈଜ୍ଞାନିକ କାରଣ?

Why happen lunar eclipse.

କାହିଁକି ହୋଇଥାଏ ବଡ ଚନ୍ଦ୍ରଗ୍ରହଣ । କଣ ରହିଛି ଏହାର ବୈଜ୍ଞାନିକ କାରଣ?

ଆମ ଦେଶରେ ଚନ୍ଦ୍ର ଗ୍ରହଣ କୁ ନେଇ ବହୁତ ଗୁଡ଼ାଏ ଧାରଣା ପ୍ରଚଳିତ ଅଛି। କିନ୍ତୁ ମୁଁ ଯାହା ଭାବୁଛି ଚନ୍ଦ୍ରଗ୍ରହଣ ଆମ ଓଡ଼ିଶା ପାଇଁ ବୋଧେ ଅଲଗା ହୋଇଥାଏ। କାରଣ ଆପଣ ସମସ୍ତେ ମୋ ଠାରୁ ଅଧିକ ଜାଣନ୍ତି ଗ୍ରହଣ ଦିନ ଆମମାନଙ୍କ ପାଇଁ କେତେ ସ୍ପେଶାଲ ଅଟେ। ହେଲେ ସାଙ୍ଗମାନେ ମୁଁ ଆପଣଙ୍କୁ ଏଠାରେ ଗ୍ରହଣ କିପରି ପାଳନ କରାଯାଏ। ସେଦିନ କଣ ଖାଇବା ଉଚିତ ଏବଂ ଅନୁଚିତ ଜଣାଇବି ନାହିଁ। ସେ ବିଷୟରେ ଅଧିକ ଜାଣିବା ପାଇଁ ଆପଣଙ୍କ ନିକଟସ୍ଥ ଜ୍ୟୋତିଷ ଙ୍କ ପରାମର୍ଶ ନେଇପାରିବେ। ଗ୍ରହଣ କାହିଁକି ଲାଗିଥାଏ କଣ ରହିଛି ଏହାର ବୈଜ୍ଞାନିକ କାରଣ ସେ ବିଷୟରେ ଜଣାଇବି। ଯଦି ଆପଣ ଏ ବିଷୟରେ ଜାଣିବାକୁ ଚାହାନ୍ତି ତେବେ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ଆସନ୍ତୁ ଆରମ୍ଭ କରିବା। ସୌର ମଣ୍ଡଳ ସୁର୍ଯ୍ୟଙ୍କ ପରିବାର ଅଟେ। ଏବଂ ସେଠାରେ ମୁଖ୍ୟ ହେଉଛନ୍ତି ସୁର୍ଯ୍ୟ ଆଉ ସମସ୍ତେ ପରିବାରର ସଦସ୍ୟ। ସୌରମଣ୍ଡଳ  କେତେକ ଗ୍ରହ, ଉପଗ୍ରହ, ଉଲକା ଓ ଧୂମକେତୁ କୁ ନେଇ ଗଠିତ। ସେଠାରେ ଗ୍ରହ ସଂଖ୍ୟା ହେଉଛି ଆଠଟି ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି ,ଶନି, ଅରୁଣ ଓ ବରୁଣ। ଠିକ ସେହିପରି ସମସ୍ତ ଗ୍ରହ ର  ଉପଗ୍ରହ ରହିଥାଏ। ପୃଥିବୀର ଉପଗ୍ରହ ହେଲା ଚନ୍ଦ୍ରମା ଅଟେ। ଏଠାରେ ସମସ୍ତ ଗ୍ରହ ସୁର୍ଯ୍ୟ ର ପରିକ୍ରମା କରିଥାନ୍ତି। ସେହିପରି ଉପଗ୍ରହ ମାନେ ଗ୍ରହ ର ପରିକ୍ରମା କାରିଥାନ୍ତି। ଚନ୍ଦ୍ରମା ପୃଥିବୀର ପରିକ୍ରମା କରିଥାଏ। ସୁର୍ଯ୍ୟ ଆମ ସୌରମଣ୍ଡଳର ସବୁଠାରୁ ବଡ଼ ସଦସ୍ୟ, ସେ ସମସ୍ତ ଗ୍ରହକୁ ଆଲୋକ ଏବଂ ଶକ୍ତି ପ୍ରଦାନ କରୁଅଛି। ସୁର୍ଯ୍ୟ ର କିରଣ ସୁର୍ଯ୍ୟ ର କେନ୍ଦ୍ର ଠାରୁ ବାହାରିବା ପାଇଁ ଲକ୍ଷାଧିକ ବର୍ଷ ଲାଗିଯାଇଥାଏ। ଯେପରି ଉପଗ୍ରହ ମାନେ ଗ୍ରହର ଓ ଗ୍ରହ ମନେ ସୁର୍ଯ୍ୟ ର ପରିକ୍ରମା କାରିଥାନ୍ତି। ଠିକ ସେହିପରି ସୁର୍ଯ୍ୟ ମଧ୍ୟ ଆକାଶଗଙ୍ଗା ର କେନ୍ଦ୍ରକୁ ପରିକ୍ରମା କରିଥାଏ। ଚନ୍ଦ୍ର ର ନିଜସ୍ୱ କିଛି ଆଲୋକ ନଥାଏ ଏହା ସୁର୍ଯ୍ୟ ର ଆଲୋକରେ ହିଁ ଆଲୋକିତ ହୋଇଥାଏ। ଚନ୍ଦ୍ର ପୃଥିବୀର ଉପଗ୍ରହ ହେବା କାରଣରୁ  ପୃଥିବୀ ଚାରିପଟେ ଗୋଟିଏ ଥର ପରିକ୍ରମା କରିବା ପାଇଁ ଏକ ମାସ ସମୟ ଲାଗିଥାଏ। ବହୁତ କମଥର ଏମିତି ହୋଇଥାଏ ଯେ ଚନ୍ଦ୍ର ପୃଥିବୀର ପରିକ୍ରମା କରୁଥିବା ସମୟରେ ସୁର୍ଯ୍ୟ ସହିତ ଗୋଟିଏ ସରଳ ରେଖାରେ ଆସିଯାଇଥାଏ। ଯାହା ଫଳରେ ପୃଥିବୀ ର ଛାଇ ଚନ୍ଦ୍ରପୃଷ୍ଠ ରେ ପଡିପାରେ ନାହିଁ। କିନ୍ତୁ ପୂର୍ଣ୍ଣିମା ରାତିରେ ପୃଥିବୀ କୁ ପରିକ୍ରମା କରୁଥିବା ଚନ୍ଦ୍ର ପୃଥିବୀର କକ୍ଷ ସମକ୍ଷରେ ପହଂଚିଯାଇଥାଏ ଏବଂ ସେ ସମୟରେ ପୃଥିବୀର ସ୍ଥିତି ସୁର୍ଯ୍ୟ ଏବଂ ଚନ୍ଦ୍ର ମଝିରେ ହୋଇଯାଇଥାଏ। ତେଣୁ ପୃଥିବୀର ଛାଇ ଚନ୍ଦ୍ରପୃଷ୍ଠ ରେ ପଡିଯାଇଥାଏ। ଚନ୍ଦ୍ର ର ଏହି ସ୍ଥିତିକୁ ଚନ୍ଦ୍ରଗ୍ରହଣ କୁହାଯାଏ। ଏହା ସବୁବେଳେ ପୂର୍ଣ୍ଣିମା ରେ ହିଁ ହୋଇଥାଏ କାରଣ ପୂର୍ଣ୍ଣିମା ଦିନ ଚନ୍ଦ୍ର ପୂର୍ଣ୍ଣ ହୋଇଥାଏ। ଏପରି ସ୍ଥିତି ସବୁବେଳେ ହୋଇନଥାଏ କାରଣ ପୃଥିବୀର ଛାଇ ଚନ୍ଦ୍ର ର ଆଖପାଖ ହୋଇ ଚାଲିଯାଇଥାଏ।ତେଣୁ ଗ୍ରହଣ ଲାଗିପାରେ ନାହିଁ। ଏହି ସମୟ ବର୍ଷ ରେ ବହୁତ କମଥର ହୋଇଥାଏ।

ସାଙ୍ଗମାନେ ବିଷୟ ଟି କିପରି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ। ଆଉ ଏହିପରି ଅଜଣା ସତ୍ୟ କୁ ଜାଣିବା ପାଇଁ ଆମ Site  Curious odia କୁ visit କରନ୍ତୁ।
ଯଦି ଏହାକୁ Video ମାଧ୍ୟମରେ ଦେଖିବାକୁ ଚାହୁଁଛନ୍ତି ତେବେ ଆମ YouTube channel କୁ Subscribe କରନ୍ତୁ।
Why happen lunar eclipse./କାହିଁକି ହୋଇଥାଏ ବଡ ଚନ୍ଦ୍ରଗ୍ରହଣ । କଣ ରହିଛି ଏହାର ବୈଜ୍ଞାନିକ କାରଣ? Why happen lunar eclipse./କାହିଁକି ହୋଇଥାଏ ବଡ ଚନ୍ଦ୍ରଗ୍ରହଣ । କଣ ରହିଛି ଏହାର ବୈଜ୍ଞାନିକ କାରଣ? Reviewed by Alone Arya on 7:44 PM Rating: 5

No comments:

Powered by Blogger.