How to set your goal perfectly in odia/କିପରି ନିର୍ଦ୍ଧାରିତ କରିବେ ଜୀବନର ଲକ୍ଷ୍ୟ ?


How to set your goal perfectly in odia/
କିପରି ନିର୍ଦ୍ଧାରିତ କରିବେ ଜୀବନର ଲକ୍ଷ୍ୟ ?
ସାଙ୍ଗମାନେ ଏ ଦୁନିଆରେ ଦୁଇଶ୍ରେଣୀ ର ଲୋକଙ୍କୁ ଆମେ ଦେଖିବାକୁ ପାଇବା। ପ୍ରଥମ ଶ୍ରେଣୀ ହେଲେ ସେମାନେ ,ଯେଉଁ ମାନଙ୍କ ଜୀବନରେ କିଛି ନିର୍ଦ୍ଧାରିତ ଲକ୍ଷ୍ୟ ଅଛି। କିନ୍ତୁ ଦ୍ବିତୀୟ ଶ୍ରେଣୀ ଲୋକଙ୍କ ଜୀବନଯାପନ ହିଁ ସେମାନଙ୍କ ଜୀବନର ଲକ୍ଷ୍ୟ ହୋଇଥଏ। ସାଙ୍ଗମାନେ ଭଲ ଭାବରେ ବୁଝି ନିଅନ୍ତୁ, ଜୀବନଯାପନ ଓ ଜୀବନ ର ଲକ୍ଷ୍ୟ ଦୁଇଟି ଭିନ୍ନ ବିଷୟ ଅଟେ। ତେଣୁ ସମସ୍ତଙ୍କ ଜୀବନରେ ଲକ୍ଷ୍ୟ ରହିବ ନିହାତି ଆବଶ୍ୟକ ଅଟେ। ଯଦି ଆପଣ ମାନେ ଜାଣିପାରୁନାହାନ୍ତି ଆପଣଙ୍କ ଜୀବନରେ ଲକ୍ଷ୍ୟ କାହିଁକି ଆବଶ୍ୟକ, ଏହା ପୂର୍ବରୁ ମୁଁ “ମଣିଷ ଜୀବନରେ ଲକ୍ଷ୍ୟ କାହିଁକି ଆବଶ୍ୟକ” ସେ ଉପରେ ଏକ Article ଲେଖିଥିଲି ଓ  video ମଧ୍ୟ ତିଆରି କରିଥିଲି ତାହାକୁ ଆପଣ ମାନେ ଏହି link କୁ click କରି ଦେଖି ପାରିବେ।

ଆସନ୍ତୁ ଆରମ୍ଭ କରିବା।

ସାଧାରଣ ଲୋକ ତା ଜୀବନରେ କେବଳ ଖାଇବା, ରୋଜଗାର କରିବା,ବିବାହ କରିବା,ଦବା ନବା ଓ ବ୍ୟବସାୟ କରିବା ଭଳି ଏହିପରି ସାଧାରଣ କାର୍ଯ୍ୟ କୁ ପୂରଣ କରିବାକୁ ଯାଇ ସେ ମୃତ୍ୟୁ ପର୍ଯ୍ୟନ୍ତ ପହଁଚିଯାଏ। ବାସ ଏହା ବ୍ୟତୀତ ସେମାନଙ୍କ ଜୀବନରେ ଅନ୍ୟ କୌଣସି ଲକ୍ଷ୍ୟ ନଥାଏ। ଯଦି ଆମେ ଟିକେ ଉର୍ଣ୍ଣତ ଶ୍ରେଣୀ ଲୋକଙ୍କ ବିଷୟରେ ବିଚାର କରିବା ତେବେ ଦେଖିବାକୁ ପାଇବା ଯେ ସେମାନେ ଗୋଟିଏ ଜୀବିକା ପାଇଁ କିଛି ବ୍ୟବସ୍ଥା କରିନେବା, ପରିବାର ଗଠନ କରିବା,ଛୁଆପିଲାଙ୍କୁ ପାଳନପୋଷଣ କରି ବଡ କରିବାସେମାନଙ୍କ ବିବାହ ବ୍ରତ ଆଦି କରିବାକୁ ଜୀବନର ଲକ୍ଷ୍ୟ ବୋଲି ଭାବିଥାନ୍ତି। କିନ୍ତୁ ଯାହା ପ୍ରକୃତ ସତ୍ୟ ନୁହେଁ।

ଦିନେ ଗୋଟିଏ ବଗିଚାକୁ ଦୁଇଜଣ ବନ୍ଧୁ ମିଠା ଫଳଖାଇବା ଆଶାରେ ଗଲେ। ବଗିଚା ମାଲିକଙ୍କ ସ୍ୱୀକୃତି ଅନୁଯାୟୀ ଦୁହେଁ ସେହିଠାରେ ଗୋଟିଏ ଦିନ ପୁରା ରହିପାରିବେ। ତେଣୁ ଉଭୟ ନିଜର ଇଛା ଅନୁସାରେ ଫଳ ଖାଇବା ପାଇଁ ଦୁଇ ଦିଗକୁ ଚାଲିଗଲେ। ପ୍ରଥମ ବ୍ୟକ୍ତି ଜଣକ ସୁନ୍ଦର ସୁନ୍ଦର ମନଲୋଭା ଗଛ ଗୁଡିକୁ ଦେଖି ମିଠା ଫଳକୁ ଖାଇ ଚାଲିଲା। କିନ୍ତୁ ଦ୍ୱିତୀୟ ବନ୍ଧୁ ଜଣକ ଫଳ ଖାଇବା ପ୍ରତି ଏତେ ଗୁରୁତ୍ୱ ନଦେଇ,ବଗିଚା ଉପରେ ଗୁରୁତ୍ୱ ଦେଇ ଚାଲିଲା। କିପରି ଗଛ ଗୁଡିକୁ ସୁରକ୍ଷିତ ଭାବେ ରଖାଯାଇଛି, ଜଳର ବ୍ୟବସ୍ଥା କିପରି କରାଯାଇଛି ଇତ୍ୟାଦି ଇତ୍ୟାଦି। ସେ ସନ୍ଧ୍ୟା ହେବା ପୂର୍ବରୁ ସମସ୍ତ ତଥ୍ୟ ସଂଗ୍ରହ କରିନେଲା ,ଆଉ ଏକ ସୁନ୍ଦର ବଗିଚା କିପରି ନିର୍ମାଣ କରାଯାଇପାରିବ।

ସାଙ୍ଗମାନେ ଏହି ସଂସାର ମଧ୍ୟ ଠିକ ସେହିପରି। ଆମେମନେ ଏହିଠାକୁ ଏକ ନିଶ୍ଚିତ ଅବଧି ପାଇଁ ଆସିଛନ୍ତି। ଯେଉଁମାନେ ସାଂସାରିକ ଆକର୍ଷଣ ରେ ବୁଡି ରହୁଛନ୍ତି ସେହିମାନେ ହେଲେ ପ୍ରଥମ ଯୁବକ ଭଳି। କିନ୍ତୁ ବୁଦ୍ଧିମାନ ହେଉଛନ୍ତି ସେମାନେ ଯେଉଁମାନେ ଦ୍ଵିତୀୟ ଯୁବକ ଭଳି ପରିସ୍ଥିତି କୁ ଅଧ୍ୟୟନ କରି ଜୀବନର ପ୍ରକୃତ ଲକ୍ଷ୍ୟ କୁ ହାସଲ କରନ୍ତି।

ବର୍ତ୍ତମାନ ଆମେମାନେ ଯାହା କରୁଛନ୍ତି ତାହା ଜୀବନ ଯାପନ ର ସାଧାରଣ ପ୍ରକ୍ରିୟା ମାତ୍ର,ଜୀବନର ଲକ୍ଷ୍ୟ ନୁହଁ। ଜୀବନ ର ଲକ୍ଷ୍ୟ ତ ତାହା ହୋଇଥାଏ “ ଯାହା ସଂସାରର ସାଧାରଣ କାର୍ଯ୍ୟକ୍ରମ ଠାରୁ କିଛି ଅଲଗା ଓ କିଛି ଉଚ୍ଚ ଯାହାକୁ ପୂରଣ କରିବାକୁ ଜୀବନରେ ଅତିରିକ୍ତ ପୁରୁଷାର୍ଥ କୁ ହାସଲ କରିବାକୁ ପଡିଥାଏ ”
ସେହିପରି ଜୀବନରେ କେତେକ ବିଶେଷ ଲକ୍ଷ୍ୟ ଓ ସୁନିଶ୍ଚିତ ଧ୍ୟେୟ ରକ୍ଷାକରି ଚାଲୁଥିବା ବ୍ୟକ୍ତିଙ୍କୁ ଅସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ଗଣନା କରାଯାଏ ଏବଂ ସେମାନଙ୍କ ନାମ ସର୍ବଦା ଇତିହାସରେ ସ୍ଥାନ ପାଇଥାଏ।

ତେଣୁ ସାଙ୍ଗମନେ ଆପଣମାନେ ମଧ୍ୟ ନିଜ ଜୀବନ ରେ ନିଶ୍ଚିତ ଲକ୍ଷ୍ୟ କୁ ସ୍ଥିର କରି ସେ ଦିଗରେ କାର୍ଯ୍ୟ କରିବା ଶୀଘ୍ର ଆରମ୍ଭ କରିଦିଅନ୍ତୁ। କାରଣ ସମୟ ବଡ ମୂଲ୍ୟବାନ ଅଟେ ,ଥରେ ଚାଲିଗଲେ ଫେରିବା ଅସମ୍ଭବ।

ସାଙ୍ଗମାନେ ଲେଖାଟି କିପରି ଲାଗିଲା ତଳେ comment କରି ନିଶ୍ଚିତ କୁହନ୍ତୁ। ଏହି ବିଷୟ କୁ Video ମାଧ୍ୟମରେ ଦେଖିବା ପାଇଁ ଆମ Youtube ଚ୍ୟାନେଲ କୁ Subscribe କରନ୍ତୁ । ନୁଆଁ ନୁଆଁ ଶିକ୍ଷା ପାଇବା ପାଇଁ ଆପଣଙ୍କ mail id ଦେଇ ଆମ website କୁ Subscribe କରନ୍ତୁ।

ପରିଶେଷରେ post ଟିକୁ ଶେଷ ପର୍ଯ୍ୟନ୍ତ ପଢ଼ିବାରୁ ଧନ୍ୟବାଦ। ମୋର ଅନୁରୋଧ ଯଦି ବିଷୟ ଟି ଲେଖାରେ କୌଣସି ଅକ୍ଷର ଗତ ତ୍ରୁଟି ପରିଲିଖିତ ହୋଇଛି ତେବେ ଆପଣଙ୍କ ସହୃଦୟ ରୁ କିଛି କ୍ଷମା ମୋ ପ୍ରତି ଦାନ କରିବେ।
ଏହିପରି  ନୀତିଶିକ୍ଷା, ନୀତିବାଣୀ, ଜଣା ଅଜଣା ଓ ଜରୁରୀ ଜ୍ଞାନ ବିଷୟରେ ଜଦି କିଛି ତଥ୍ୟ ଆପଣଙ୍କ ନିକଟରେ ଅଛି ତେବେ ତାହାକୁ Word format ହଉ ଅବା Pdf file ଆମକୁ mail କରିପାରିବେ। ଆମ
Contact us- www.curiousodia.com
How to set your goal perfectly in odia/କିପରି ନିର୍ଦ୍ଧାରିତ କରିବେ ଜୀବନର ଲକ୍ଷ୍ୟ ? How to set your goal perfectly in odia/କିପରି ନିର୍ଦ୍ଧାରିତ କରିବେ ଜୀବନର ଲକ୍ଷ୍ୟ ? Reviewed by Alone Arya on 1:55 AM Rating: 5

No comments:

Powered by Blogger.