Student life is the Golden period of life. /ବିଦ୍ୟାର୍ଥୀ ଜୀବନ ଛାତ୍ରମାନେ ନିଜର ଭବିଷ୍ୟତ ନିଜେ ନିର୍ମାଣ କରନ୍ତୁ।

Student life is the Golden period of life.


ବିଦ୍ୟାର୍ଥୀଜୀବନ ଜୀବନ ର ସୁନେଲି ସମୟ। Student life is the Golden period of life,କିଛି ଶିଖିବା,କିଛି ଜାଣିବା ଏବଂ କିଛି ହବାପାଇଁ ସର୍ବଦା ସାର୍ଥକ ପ୍ରୟାସ ଏହି ସମୟରେ କରାଯାଏ। ଆମ ଭାରତୀୟ ପରମ୍ପରା ଅନୁଯାୟୀ ଜଣେ ବିଦ୍ୟାର୍ଥୀ ର କେଉଁ ଲକ୍ଷଣ ରହିବା ଦରକାର ତାହା ନିମ୍ନ ଶ୍ଲୋକ ରେ ଦିଆଯାଇଛି।

କାକଚେଷ୍ଟା ବକୋଧ୍ୟାନଂ ଶ୍ବାନ ନିଦ୍ରା ତଥୈଵ ଚ।
ଅଳ୍ପହାରୀ,ଗୃହତ୍ୟାଗୀ ନୀଦ୍ୟାର୍ଥୀ ପଞ୍ଚଳକ୍ଷଣମ।।

୧.କାକଚେଷ୍ଟା- କୁଆ ଦୁର ଆକାଶରେ ସ୍ଵଚ୍ଛନ୍ଦରେ ଉଡି ମଧ୍ୟ ନିଜର ତୀବ୍ର ଦୃଷ୍ଟି ଦ୍ୱାରା ଭୁମିରେ ପଡିଥିବା କୌଣସି ଖାଦ୍ୟ ପଦାର୍ଥକୁ ଦେଖି ଖୁବଶୀଘ୍ର ସେଠାରେ ପହଁଚି ନିଜର ଲକ୍ଷ୍ୟପ୍ରାପ୍ତ କରିନିଏ। ସେହିପରି ବିଦ୍ୟାର୍ଥି ଜ୍ଞାନ ପ୍ରାପ୍ତି ପାଇଁ ତୀଵ୍ର ଜିଜ୍ଞାସା ରଖି ନିଜର ଲକ୍ଷ୍ୟ କୁ ପ୍ରାପ୍ତ କରିଥାଏ।
୨. ବକୋଧ୍ୟନ- ବଗ ପୋଖରୀ ବା ନଦୀ କୁଳରେ ଯେପରି ଶିକାର କରିବା ପାଇଁ ଗୋଟିଏ ଗୋଡରେ ଧ୍ୟାନ ମଗ୍ନରେ ଛିଡ଼ାହୋଇଥାଏ। ବିଦ୍ୟାର୍ଥୀ ମଧ୍ୟ ଅଧ୍ୟୟନରେ ଲାଗିରହି ଜ୍ଞାନ ବିଜ୍ଞାନ ବିଷୟ କୁ ଗ୍ରହଣ କରେ ଏବଂ ନିରନ୍ତର ପ୍ରଗତି ପଥରେ ଅଗ୍ରସର ହୋଇଥାଏ।
୩.ଶ୍ବାନନିଦ୍ରା-ଯେପରି ଶୋଇଥିବା କୁକୁର ପାଖକୁ ଧୀରେ ଧୀରେ ଗଲେ ମଧ୍ୟ ସେ ଚେଇଁ ଉଠେ,ଠିକ ସେହିପରି ବିଦ୍ୟାର୍ଥୀ ମଧ୍ୟ ନିଜ ଜୀବନର ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ସର୍ବଦା ସାବଧାନ ଏବଂ ଜାଗ୍ରତ ରବିବା ଆବଶ୍ୟକ। ତାହାର ନିଦ୍ରା ସାତ୍ତ୍ଵିକ ହେବା ଆବଶ୍ୟକ।
୪.ଅଳ୍ପହାରି- ବିଦ୍ୟାର୍ଥୀଜୀବନ ସାଧନା ଏବଂ ତପସ୍ୟାର ଜୀବନ। ଜଣେ ଅଧ୍ୟୟନଶୀଳ ବିଦ୍ୟାର୍ଥୀ ସର୍ବଦା ସାତ୍ତ୍ଵିକ ତଥା ଅଳ୍ପ ଭୋଜନ କରିବା ଆବଶ୍ୟକ। ତାମସିକ, ରାଜସିକ ତଥା ଅଧିକା ଆହାର କରୁଥିବା ବିଦ୍ୟାର୍ଥୀ ତାହାର ଜୀବନ ଶକ୍ତିର ବଡ଼ ଅଂଶ କୁ ଖାଦ୍ୟ ପରିପାକ,ନିଦ୍ରା ଏବଂ ଆଳସ୍ୟ ରେ ବ୍ୟାବହାର କରିଦେଇଥାଏ।
୫.ଗୃହତ୍ୟାଗୀ- ଜଣେ ଆଦର୍ଶ ବିଦ୍ୟାର୍ଥୀ ବିଦ୍ୟା ଅର୍ଜନ ପାଇଁ ସର୍ବଦା ଗୃହତ୍ୟାଗ ର ସନ୍ତୋଷ ଲାଭକରେ। ବିଦ୍ୟା ଲାଭକରିବା ତପ କରିବାଭଳି ତେଣୁ ଖେଳକୁଦ, ମୌଜମସ୍ତି ଏ ସମୟରେ ବର୍ଜନୀୟ ଅଟେ।
ପ୍ରତ୍ୟେକ ଛାତ୍ର ଏହା ଅନୁଭବ କରିବା ଉଚିତ ଯେ ସେ ଏପରି ଏକ ସମୟ ମଧ୍ୟରେ ଗତି କରୁଛି ଯାହା ତାର ଭାଗ୍ୟ ଏବଂ ଭବିଷ୍ୟତ ନିର୍ମାଣ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ବ୍ୟକ୍ତିର ସମସ୍ତ ଗାରିମା ତାହାର ଗୁଣ,କର୍ମ ଏବଂ ସ୍ୱଭାବ ଉପରେ ନିର୍ଭର କରେ। ଧନ,ବିଦ୍ୟ,ସମ୍ମାନ, ପଦାପ୍ରତିଷ୍ଠା,ସ୍ୱାସ୍ଥ୍ୟ ,ମିତ୍ରତା କେବଳ ତାଙ୍କୁ ହିଁ ମିଳିଥାଏ, ଯିଏ ନିଜର ବ୍ୟକ୍ତିତ୍ଵ, ଗୁଣ,କର୍ମ ଏବଂ ସ୍ୱଭାବ ଉଚିତ ଢଙ୍ଗରେ ପ୍ରସ୍ତୁତ କରିଥାଏ।
ପ୍ରତ୍ୟେକ ବିଜ୍ଞ ଛାତ୍ର ର କର୍ତ୍ତବ୍ୟ ହେଉଛି ମିତ୍ରତା ପୂର୍ବରୁ ହଜାର ଥର ଚିନ୍ତା କରିବା ଦରକାର। କାଳେ ମିତ୍ରତା ଛଳରେ ସେ ତାକୁ ଉଦଭ୍ରାନ୍ତ ପଥରେ ଟାଣିନେବ ନାହିଁ ତ? ଯଦ୍ବାରା ସେ ଶିକ୍ଷରୁ ବଞ୍ଚିତ ହେବ ,ସ୍ୱାସ୍ଥ୍ୟ ନଷ୍ଟ ହେବ ସ୍ୱଭାବ ବିଗାଡି ପୁଣି ସମ୍ମାନ ତଥା ବିଶ୍ୱାସ ହରାଇବସିବ, ତେଣୁ ଏହି ସମୟରେ କୁସଙ୍ଗ ପ୍ରତି ବହୁ ସାବଧାନ ରହିବାକୁ ହେବ।

ଏହି ସମୟରେ ସଚ୍ଚରିତ୍ର ମିତ୍ର ଉତ୍ତମ ପୁସ୍ତକ ଏବଂ ସର୍ବଶକ୍ତିମାନ ପରମାତ୍ମାଙ୍କ ସହିତ ସାଥୀ ହୋଇଯିବ ନିହାତି ଆବଶ୍ୟକ। ଯେତେବେଳେ କୌଣସି ଭଲକଥା ଶୁଣିବେ ବା ପଢିବେ ତାକୁ ଲେଖି ରଖନ୍ତୁ ଏବଂ ତାକୁ ସମୟ ସମୟରେ ଦୋହରନ୍ତୁ। ଆଦର୍ଶ ବ୍ୟକ୍ତି ଓ ମହାପୁରୁଷ ଙ୍କୁ ଧ୍ୟାନ କରନ୍ତୁ ଏବଂ ସେମାନଙ୍କ ଚରିତ୍ର ଚିନ୍ତନ-ମନନ କରନ୍ତୁ।

ଉପରେ ଦିଆଯାଇଥିବା ସମସ୍ତ ପଦକ୍ଷେପକୁ ନିଜ ଜୀବନରେ ବ୍ୟବହାର ରେ ଲଗାନ୍ତୁ ଏବଂ ଭିନ୍ନ ଧରଣର ମଣିଷ ହୋଇ ଇତିହାସ ରଚନ୍ତୁ।

ପରିଶେଷରେ ଏହାକୁ ସମ୍ପୂର୍ଣ୍ଣ ପଡିବାରୁ ଧନ୍ୟବାଦ।
ଯଦି ଆପଣ ଏହାକୁ video ମାଧ୍ୟମରେ ଦେଖିବାକୁ ଚାହୁଁଛନ୍ତି ତବେ ଏହାକୁ 👉Click କରି ଆମ YouTube Channel କୁ Subscribe କରନ୍ତୁ ଏବଂ ପାଖରେ ଥିବା bell icon କୁ clik କରନ୍ତୁ। ଯାହାଫଳରେ ଆମ channel ଜରିଆରେ ଦିଆଯାଉଥିବା ସମସ୍ତ ଦାରକାରୀ ଅମୁଲ୍ୟ ଜ୍ଞାନ ଅପଣଙ୍କ ପାଖରେ ସର୍ବପ୍ରଥମେ ପହଁଚିପାରିବ।

Student life is the Golden period of life. /ବିଦ୍ୟାର୍ଥୀ ଜୀବନ ଛାତ୍ରମାନେ ନିଜର ଭବିଷ୍ୟତ ନିଜେ ନିର୍ମାଣ କରନ୍ତୁ। Student life is the Golden period of life. /ବିଦ୍ୟାର୍ଥୀ ଜୀବନ ଛାତ୍ରମାନେ ନିଜର ଭବିଷ୍ୟତ ନିଜେ ନିର୍ମାଣ କରନ୍ତୁ। Reviewed by Alone Arya on 11:02 PM Rating: 5

No comments:

Powered by Blogger.