Why the clock rotate in one direction in Odia /ଘଣ୍ଟାର କଣ୍ଟା କାହିଁକି ଗୋଟାଏ ଦିଗରେ ଘୁରୁଅଛି ?

Why the clock rotate in one direction in Odia ?
ଘଣ୍ଟାର କଣ୍ଟା କାହିଁକି ଗୋଟାଏ ଦିଗରେ ଘୁରୁଅଛି ?

ସାଙ୍ଗମାନେ ପ୍ରଶ୍ନଟି ଆଶ୍ଚର୍ଯ୍ୟ ଲାଗୁଥିଲା ମଧ୍ୟ ଏକ ବାସ୍ତବ ପ୍ରଶ୍ନ ଅଟେ। ଯଦି ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି ତେବେ ଆପଣଙ୍କ ମନରେ ଦିନେନା ଦିନେ ଏହି ପ୍ରଶ୍ନ ଟି ନିଶ୍ଚିତ ଉଠିଥିବା। “ଘଣ୍ଟାର କଣ୍ଟା କାହିଁକି ଗୋଟିଏ ଦିଗରେ ଘୁରିଥାଏ” ଯଦି ଏହା ଓଲଟା ବି ଘୁରିଥାନ୍ତା ତତାପି ତ ସମୟ ଠିକ ଦେଖାଇଥାନ୍ତା । କଣ ଏହା ଏକମାତ୍ର ରାସ୍ତା ଥିଲା ନା ଭାବିବିଚାରି ନିଆଯାଇଥିବା ନିଷ୍ପତ୍ତି। ଆସନ୍ତୁ ଜାଣିବା।
ଆମ ପୃଥିବୀର ସର୍ବାଧିକ ସ୍ଥଳ ଭାଗ ଏହାର ଉତ୍ତର ଗୋଲାର୍ଦ୍ଧ ରେ ଅବସ୍ତିତ। ଯଦି ଏବିଷୟରେ ଆପଣମାନେ ଜାଣିନ୍ତି ନାହିଁ ତେବେ Google କରି ଅବା Globe ଦେଖି ଜାଣିପାରିବେ। ତେଣୁ ପ୍ରଥମ ମାନବ ସଭ୍ୟତା ଉତ୍ତର ଗୋଲାର୍ଦ୍ଧ ରେ ଆରମ୍ଭ ହୋଇଥିଲା। ପରିବର୍ତ୍ତନ ସହିତ ମାନବ ଧୀରେ ଧୀରେ ସମୟକୁ ମାପିବା ପାଇଁ ଶିଖିଲା । ସେଥିପାଇଁ ସେ ଏହାର ପ୍ରଥମ ଯନ୍ତ୍ର ଭାବେ ସୂର୍ଯ୍ୟଘଡି (Sundial) କୁ ଉଦ୍ଭାବନ କଲା। ସେହି ସମୟରେ ଏହା ଥିଲା ସମୟକୁ ମାପିବାର ପ୍ରଥମ ଯନ୍ତ୍ର। ଯଦି ଉତ୍ତରମେରୁ ( North Pole) ଉପରେ ସୂର୍ଯ୍ୟଘଡି ଟିକୁ ରଖିଦିଆଯାଏ,ତେବେ ପୃଥିବୀର ର ଘୁର୍ଣ୍ଣନ କାରଣ ରୁ ଏହା ବାମ ରୁ ଡାହାଣ(Clockwise) କୁ ଘୁରିଥାଏ। ପରେ ଯେତେବେଳେ ଯାନ୍ତ୍ରିକ(Mechanical Clock)  ଘଡ଼ି ଆବିଷ୍କାର କରାଗଲା, ସେତେବେଳେ ସେହି ସୂର୍ଯ୍ୟଘଡିକୁ କୁ ଅନୁକରଣ କରି ତାହାର ଘୁର୍ଣ୍ଣନ ନିଷ୍ପତ୍ତି ନିଆଯାଇଥିଲା। ସେତେବେଳେ ଠାରୁ ଏହା Common Standard ହୋଇଯାଇଛି। ତେଣୁ ଏହି ଦିଗରେ ଘୁର୍ଣ୍ଣନ କୁ ଆମେ ଆଜି Clockwise କହୁଛନ୍ତି।
କିନ୍ତୁ କିଛି ମଜାଦାର କଥା ଏହାଯେ ଦକ୍ଷିଣମେରୁ (Southern Hemisphere) ରେ ସୂର୍ଯ୍ୟଘଡି ର ଛାଇ ଓଲଟା ଦିଗକୁ ଘୁରିଥାଏ। ଅର୍ଥାତ Anti Clockwise । ଯଦି ମାନବ ସଭ୍ୟତା ପ୍ରଥମେ ଦକ୍ଷିଣମେରୁରେ ବିକଶିତ ହୋଇଥାନ୍ତା ତେବେ, ସବୁ ଘଣ୍ଟା କୁ ବୋଧହୁଏ ବର୍ତ୍ତମାନର Anti Clockwise ରେ ତିଆରି କରାଯାଇଥାନ୍ତା। ଆଜି ଆମେ ସେହି Direction କୁ Clockwise କହିଥାନ୍ତେ।

ସାଙ୍ଗମାନେ ବିଷୟଟି କିପରି ଲାଗିଲା ତଳେ comment କରି ନିଶ୍ଚିତ କୁହନ୍ତୁ। ଏହି ବିଷୟ କୁ Video ମାଧ୍ୟମରେ ଦେଖିବା ପାଇଁ ଆମ Youtube ଚ୍ୟାନେଲ Curious odia କୁ Subscribe କରନ୍ତୁ । ନୁଆଁ ନୁଆଁ ଶିକ୍ଷା ପାଇବା ପାଇଁ ଆପଣଙ୍କ mail id ଦେଇ ଆମ website ଓ Channel କୁ Subscribe କରନ୍ତୁ।

ପରିଶେଷରେ post ଟିକୁ ଶେଷ ପର୍ଯ୍ୟନ୍ତ ପଢ଼ିବାରୁ ଧନ୍ୟବାଦ। ମୋର ଅନୁରୋଧ ଯଦି ବିଷୟ ଟି ଲେଖାରେ କୌଣସି ଅକ୍ଷର ଗତ ତ୍ରୁଟି ପରିଲିଖିତ ହୋଇଛି ତେବେ ଆପଣଙ୍କ ସହୃଦୟରୁ କିଛି କ୍ଷମା ମୋ ପ୍ରତି ଦାନ କରିବେ।
ଏହିପରି  ନୀତିଶିକ୍ଷା, ନୀତିବାଣୀ, ଜଣା ଅଜଣା ସତ୍ୟ ଓ ଜରୁରୀ ଜ୍ଞାନ ବିଷୟରେ ଅଧିକା ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆମ website visitକରନ୍ତୁ।
Visit :- www.curiousodia.com
Why the clock rotate in one direction in Odia /ଘଣ୍ଟାର କଣ୍ଟା କାହିଁକି ଗୋଟାଏ ଦିଗରେ ଘୁରୁଅଛି ? Why the clock rotate in one direction in Odia /ଘଣ୍ଟାର କଣ୍ଟା କାହିଁକି ଗୋଟାଏ ଦିଗରେ ଘୁରୁଅଛି ? Reviewed by Alone Arya on 9:45 AM Rating: 5

No comments:

Powered by Blogger.