Six miracles morning habits can change your life./ ୬ ଟି ଅଲୌକିକ ସକାଳ ଅଭ୍ୟସ ଯାହା ବଦଳାଇଦେବ ଆପଣଙ୍କ ଜୀବନ

୬ ଟି ଅଲୌକିକ ସକାଳ ଅଭ୍ୟସ ଯାହା ବଦଳାଇଦେବ ଆପଣଙ୍କ ଜୀବନ

ନମସ୍କାର ସାଙ୍ଗମାନେ ଆପଣଙ୍କୁ ସ୍ୱାଗତ ଆମ ପରିବାର Curiousodia କୁ। ଦୁଖଃ ଓ ସମସ୍ୟା ତ ସମସ୍ତଙ୍କ ଜୀବନ ରେ ଆସିଥାଏ। ଏହାକୁ ସମ୍ପୂର୍ଣ୍ଣ ରୋକିପାରିବା କଷ୍ଟ ଅଟେ। କିନ୍ତୁ ଆମେ ସଠିକ ବୁଦ୍ଧି ବଳରେ ଏହାକୁ ନିୟନ୍ତ୍ରଣ କରିପାରିବା। ମୁଁ ଆଜି ଆପଣ ମାନଙ୍କୁ ଆମେରିକା ର ଜଣେ ସଫଳ ପୁରୁଷ Hal Elord ଙ୍କ ବିଷୟରେ ଜଣାଇବି। ସେ କିପରି ତାଙ୍କ almost  ଶେଷ ହୋଇଯାଇଥିବା ଜିବନ କୁ ପୁଣି ଫେରି ପାଇଲେ ସେ ବିଷୟରେ ଆସନ୍ତୁ ଜାଣିବା। Hal Elord ଯେ କି କୋଡିଏ ବର୍ଷ ବୟସରେ ସେ ନିଜ କମ୍ପାନୀ ଠିଆ କରିଦେଇଥିଲେ। ତିରିଶ ବର୍ଷ ବୟସ ସୁଦ୍ଧା ସେ ଏକା ଧାରାରେ ଜଣେ Best selling author, Keynote speaker, Successful business Achiever, Ultra marathon Runner ଥିଲେ।
ଦିନେ ସକାଳୁ ସେ ଅଫିସ ଯିବା ବାଟରେ ତାଙ୍କ Car ସହିତ ଏକ ମଦୁଆ ଡ୍ରାଇଭରର car ୧୧୦/kmph ରେ ଆସି ଧକ୍କା ଦେଇଥିଲା। ଏହା ଏତେ ବଡ Accident ଥିଲା ଯେ Hal ଘଟଣା ସ୍ଥଳରେ ବେହୋତ୍ସ ହୋଇଯାଇଥିଲେ। ଯେତେବେଳେ ତାଙ୍କୁ ମେଡ଼ିକାଲ ନିଆଗଲା ସେତେବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଦେଇଥିଲେ। ୬ ମିନଟ ପରେ ହୋତ୍ସ ଆସିଥିଲା ,ତାଙ୍କର ପୁରା ଶରୀରରେ ୧୧ଟି ହାଡ ଭାଙ୍ଗିଯାଇଥିଲା।
ସେ ତିନିଦିନ ପର୍ଯ୍ୟନ୍ତ କୋମା ରେ ଥିଲେ। ଯେତେବେଳେ ସେ କୋମା ରୁ ଫେରିଲେ ଡାକ୍ତର ତାଙ୍କୁ କହିଲେ ଯେ  ସେ ଈଶ୍ୱରଙ୍କ ଆଶୀର୍ବାଦ ରୁ ବଂଚିତ ଗଲେ କିନ୍ତୁ ଆଉ ଜୀବନରେ କେବେ ଚାଲିପରିବେ ନାହିଁ। ହେଲେ Hal ଙ୍କ ମନବଳ ଏତେ ଦୃଢ଼ ଥିଲାଯେ ସେ ଡାକ୍ତର ଙ୍କ କଥାକୁ ଭୁଲ ପ୍ରମଣିତ କରିଦେଲେ। କାରଣ ଡାକ୍ତର ଙ୍କ କଥା ଶୁଣିବା ପରେ Hal ତାଙ୍କ ମେଣ୍ଟର ଙ୍କ ଠାରୁ ଶିଖିଥିବା ଗୋଟିଏ ମହତ୍ୱପୂର୍ଣ୍ଣ କଥାକୁ ମନେ ପକାଇଲେ ଯାହା ଏହାଥିଲାକି “ଯଦି ଜୀବନ ରେ ଏପରି କିଛି ଖରାପ ସମୟ ଆସେ ଯାହାକୁ ଆମେ କେବେ ବଦଳାଇ ପାରିବ ନାହିଁ। ତେବେ ସେ କଥାକୁ ଅଧିକା ଭାବି ସମୟ ନଷ୍ଟ କରିବା କିଛି ଆବଶ୍ୟକ ନୁହେଁ।” ସେ ସମୟରେ Hal ନିଷ୍ପତ୍ତି ନେଇଥିଲେ ଯେ ମୁଁ ଯଦି ଡାକ୍ତର ଙ୍କ କଥାକୁ ଗ୍ରହଣ ନକରେ ଏବଂ ମୁଁ ଚାଲିବା ପାଇଁ ପ୍ରୟାସ ଜାରିରଖିବି ତେବେ କଣ ହେବ ହୁଏତେ ମୁଁ ପୁଣିଥରେ ମୋ ନୁଆଁ ଜିବନ କୁ ଫେରି ପାଇବି ନତୁବା Wheelchair ବସିରହୁଥିବା ସବୁ ମଣିଷ ଙ୍କ ମଧ୍ୟରେ ଏକ ସୁଖୀ ମଣିଷ ହୋଇ ବଂଚିରହିବି। Hal ଙ୍କ ଅନୁସାରେ “ଯଦି ଆପଣ ଙ୍କ ଜୀବନ ରେ କିଛି ଖରାପ ସମୟ ଆସୁଛି ତେବେ ଆପଣ ତାହାକୁ ଏପରି ନିୟନ୍ତ୍ରଣ କରନ୍ତୁ ଯେପରିକି ସେ ବିଷୟରେ ପାଞ୍ଚ ମିନଟ ଭାବନ୍ତୁ,ଦୁଖଃ କରନ୍ତୁ,ରାଗ ହୁଅନ୍ତୁ, ବଡପାଟି କରି ଚିଲ୍ଲାନ୍ତୁ ଓ ଯାହାକରିବାର ଅଛି କେବଳ ସେ ପାଞ୍ଚ ମିନଟ ପାଇଁ କରନ୍ତୁ। ତାପରେ ଆଗକୁ ବଢ଼ିଯାଆନ୍ତୁ। କାରଣ ଜଣେ ବିଜ୍ଞ ଲୋକ ହିସାବରେ ସେ କଥାକୁ ଭାବି ଆମେ ଅଧିକ ସମୟ ନଷ୍ଟ କରିବା ଠିକ ନୁହେଁ, ଯାହାକୁ ଅମେମାନେ ପରିବର୍ତ୍ତନ କରିପାଇବା ନାହିଁ। ସେ ପରିସ୍ଥିତିରୁ ଆଗକୁ ବଢ଼ି ଚାଲନ୍ତୁ। ସକରାତ୍ମାକ ବିଚାର କରନ୍ତୁ। Hal ଏହାକୁ ତାଙ୍କ ଜୀବନର ସେ ସମୟରେ Apply କରିଥିଲା। ଯାହାର ପରିଣାମ ସ୍ୱରୂପ ସେ ତିନି ସପ୍ତାହ ପରେ Wheelchair ରୁ ଉଠି ଚାଲିବାରେ ଲାଗିଥିଲେ। କେବଳ ସେ ଚାଲିନଥିଲେ ସେ ୫୨ କିଲୋମିଟର ର ଏକ Ultra Marathon ଚମ୍ପିୟାନ ମଧ୍ୟ ହୋଇଥିଲା। ପରେ ପରେ ସେ ତାଙ୍କ ଜୀବନରେ ତାହା ପାଇପାରିଥିଲେ ସେ ଯାହା ପାଇବାକୁ ଚାହୁଁଥିଲି। ସେ କେତେ ଗୁଡ଼ାଏ ବହି ମଧ୍ୟ ଲେଖିଥିଲେ ସେଥି ମଧ୍ୟରୁ “6 miracle morning habits before 8am” ପୁରା ବିଶ୍ୱରେ ଚହଳ ସୃଷ୍ଟି କରିଦେଇଥିଲା। ସେହି ବହିର ପ୍ରଣାଳୀ କୁ Apply କରି ତାଙ୍କ ଜୀବନରେ ସେ ସବୁକିଛି ପାଇଥିଲେ।ଆଜି ର ଏହି ବିଷୟ ମଧ୍ୟ ସେ ବହିର ସୂତ୍ର ଉପରେ ମୁଁ ଆପଣଙ୍କୁ କହିବି ଯାହାକୁ ଆପଣମାନେ ଆପଣଙ୍କ ଜୀବନରେ Apply କରି ଆପଣ ମଧ୍ୟ ଛୋଟ ବଡ଼ ସମସ୍ୟା ରୁ ବାହାରି ଶୀଘ୍ର ସଫଳତା କୁ ପାଇପାରିବେ।  ସେ ସୂତ୍ର ହେଲା
“S.A.V.E.R.S ” ଯାହାକୁ Author ପ୍ରତ୍ୟେକ ଦିନ ସକାଳ ଆଠଟା ସୁଦ୍ଧା ଅନ୍ୟ କୌଣସି କାମ ପୂର୍ବରୁ ଏହାକୁ ପ୍ରଥମେ କରୁଥିଲେ।

  • Silence
  • Affirmation
  • Visualization
  • Exercise
  • Reading
  • Scribing/writing

SILENCE (ଶାନ୍ତି)
ଯାହାର ଅର୍ଥ ହେଲା ଆପଣ ସକାଳୁ ଯେତେବେଳେ ଉଠୁଛନ୍ତି ସର୍ବପ୍ରଥମେ ନିତ୍ୟକର୍ମ ସାରିବା ପରେ କିଛି ସମୟ ପାଇଁ ଶାନ୍ତ ପରିବେଶରେ ଯୋଗ, ପ୍ରଣାୟମ ଓ ଧ୍ୟାନ କରନ୍ତୁ ଯଦି ଏହାକୁ କରିପାରୁନାହାନ୍ତି ତେବେ କମସେ କମ କିଛି ସମୟ ନୀରବରେ ବସନ୍ତୁ। ସବୁ ବିଚାର କୁ ଛାଡିଦିଅନ୍ତୁ। ଶାନ୍ତ ମନରେ ଈଶ୍ୱର ଙ୍କୁ ପ୍ରାର୍ଥନା କରନ୍ତୁ। ଧନ୍ୟବାଦ ଜଣାନ୍ତୁ। ନିଜ ମସ୍ତିଷ୍କ କୁ ସ୍ଥିରୀକୃତ କରି ସକାରାତ୍ମକ ଚିନ୍ତା କାରନ୍ତୁ। ଯାହାଫଳରେ ଆପଣ ଙ୍କ ଦିନ ଟି ମଧ୍ୟ ଠିକ ସେହିପରି ଶାନ୍ତିରେ କାଟିବ। ଏହିପରି ଭାବରେ କରିବା ଦ୍ୱାରା ଆପଣ ଙ୍କ ନିକଟରେ ଧର୍ଯ୍ୟଶକ୍ତି ବୃଦ୍ଧି ପାଇଯିବ। ଯାହା ଫଳରେ ଆପଣ କୌଣସି ପ୍ରକାର କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଧାର୍ଯ୍ୟ ର ସହିତ କରିପାରିବେ ଯାହାର ଫଳାଫଳ ଉତ୍ତମ ମିଳିବ। ପ୍ରତ୍ୟେକ ଦିନ ଏହାକୁ କରନ୍ତୁ।

AFFIRMATION (ପ୍ରତିଜ୍ଞାନ, ଦୃଢ଼ କଥନ)
ଯୋଗ,ପ୍ରାଣୟମ ଓ ଧ୍ୟାନ କରିସାରିବା ପରେ। ଆପଣ ଆପଣଙ୍କ ଜୀବନରେ କ’ଣ ହବ ପାଇଁ ଚାହୁଁଛନ୍ତି ସେ ବିଷୟରେ ଗୋଟିଏ ଛୋଟ ଖାତାରେ ଲେଖି ପ୍ରତ୍ୟେକ ଦିନ ତାହାକୁ ଜୋରଶବ୍ଦ କରି ପଢନ୍ତୁ। ଆପଣ ଏହାକୁ ରେକର୍ଡ କରିମଧ୍ୟ ଆପଣଙ୍କ ମୋବାଇଲ ରେ ଅଥବା  Tape Recorder ରେ ଶୁଣିପାରିବେ। ଯାହା ଦ୍ୱାର ଆପଣଙ୍କ ଅବଚେତନ ମସ୍ତିଷ୍କ ର ଶକ୍ତି ସେ ଦିଗରେ କାର୍ଯ୍ୟରେ ଲାଗିଯିବ ଏବଂ ଆପଣଙ୍କୁ ଲକ୍ଷ୍ୟ ସ୍ଥଳ ରେ ଶୀଘ୍ର ପହଞ୍ଚାଇଦେବ।

VISUALIZATION  (ମାନସ ଦର୍ଶନ)
ଯଦି ଆପଣଙ୍କ ସ୍ବପ୍ନ ଜଣେ ଅଭିନେତା ହବ ପାଇଁ ତେବେ ଆପଣଙ୍କ ମନରେ କଳ୍ପନା କରନ୍ତୁ ଯେ ଆପଣ ବର୍ତ୍ତମାନ ଏକ ମଞ୍ଚରେ ସୁନ୍ଦର ଭାବେ ଅଭିନୟ ପ୍ରଦର୍ଶନ କରୁଛନ୍ତି। ଯାହାକୁ ଦେଖି ଲୋକମାନେ ଆନନ୍ଦ ଅନୁଭବ କରୁଛନ୍ତି। ଏପରି ଭାବେ ଆପଣ ଯେଉଁ କ୍ଷେତ୍ରରେ ଆଗକୁ ଯିବାପାଇଁ ଚାହୁଁଛନ୍ତି ସେ ବିଷୟରେ (Visualization) ବା ମାନସ ପଟରେ ଦର୍ଶନ କରନ୍ତୁ। ଏହା ମଧ୍ୟ ଆପଣଙ୍କ ଅବଚେତନ ମନକୁ ସଂଦେଶ ଦେଇ ତାହାକୁ ଶୀଘ୍ର ପାଇବା ପାଇଁ ସେ କ୍ଷେତ୍ରରେ କାର୍ଯ୍ୟ କରିବାରେ ଲାଗିଯିବ।
ସାଙ୍ଗମାନେ ଏଠାରେ ଧ୍ୟାନ ରଖନ୍ତୁ ଯେ Affirmation and Visualization ଦୁଇଟି ଯାକ ଅଲଗା ଵିଷୟ। ଯଦି ଏହାକୁ ଆମେ ଗୋଟେ ଚଳଚିତ୍ର ନେବା ତେବେ ଏହାର Audio ହେଉଛି Affirmation ଓ Video ହେଉଛି Visualization। ତେଣୁ ଏଠାରେ ଦ୍ଵନ୍ଦରେ ରୁହନ୍ତୁ ନାହିଁ।

EXERCISE (ବ୍ୟାୟମ)
ବ୍ୟାୟମ ବିଷୟରେ ତ ଆପଣମାନେ ସମସ୍ତେ ଜାଣନ୍ତି। Exercise ଆମମାନଙ୍କ ପାଇଁ କେତେ ଜରୁରୀ। ପ୍ରତିଦିନ Exercise କରିବା ଦ୍ୱାରା ଆମ ଶରୀର ସହିତ ମସ୍ତିଷ୍କ ମଧ୍ୟ ଭଲରହେ। ତେଣୁ ସଫଳତା ପାଇବା ପାଇଁ ବ୍ୟାୟମ ମଧ୍ୟ ନିହାତି ଭାବେ ଆବଶ୍ୟକ।

READING(ଲେଖିବା)
ଆପଣଙ୍କୁ ପ୍ରତ୍ୟେକ ଦିନ ୧୦ରୁ ୧୫ ପୃଷ୍ଠା ବହି ପଢିବାକୁ ପଡିବ। କାରଣ ଦୁନିଆରେ ସଫଳତା ପାଇଥିବା ପ୍ରାୟ ସବୁ ବ୍ୟକ୍ତି ପ୍ରତ୍ୟେକ ଦିନ ନିଜର ବ୍ୟକ୍ତିତ୍ବ ବିକାଶ ଏବଂ ମସ୍ତିଷ୍କ ଶକ୍ତି କୁ ସକ୍ରିୟ କରିବା ପାଇଁ ବହି ପଢିଥାନ୍ତି। ଯାହାକି ଅସଫଳ ଲୋକ କରନ୍ତି ନାହିଁ। ଅସଫଳ ଲୋକ ଭାବନ୍ତି ତାଙ୍କୁ ସବୁକିଛି ଜଣାଅଛି କେବଳ ତାଙ୍କ ଭାଗ୍ୟ ପରିବର୍ତନ ହୋଇଗଲେ ସେ ସବୁ କରିପାରିବେ। ଯାହା ବାସ୍ତବ ସତ୍ୟ ନୁହଁ। ଯଦି ଆପଣମାନେ ଜାଣନ୍ତି ନାହିଁ ବହିପଢିବା ଆମ ଜୀବନ ପାଇଁ କେତେ ମହତ୍ୱପୂର୍ଣ୍ଣ ତେବେ ଏହା ପୂର୍ବରୁ ମୁଁ ଆଉ ଏକ Article ଲେଖିଥିଲି “କିପରି ପାଇବେ ସ୍ୱପ୍ନର ଜୀବନ?” ଏହାକୁ ପଢ଼ିପାରିବେ। ସେଥିରେ ପୁସ୍ତକ ଅଧ୍ୟୟନ କାହିଁକି ଆମ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅଟେ ସମ୍ପୂର୍ଣ୍ଣ ଭାବେ ଦିଆଯାଇଛି।

Scribing (ଲେଖିବା)
ଯାହାର ଅର୍ଥ ହେଲା ଆପଣ ମାନେ ଯାହାସବୁ ଶିଖିଛନ୍ତି ଓ ଜାଣିଛନ୍ତି  ସେଗୁଡିକ ଗୋଟିଏ ଖାତାରେ ବା ଡାଏରିରେ ଲେଖି ରଖନ୍ତୁ। କାରଣ ଆମ ବ୍ରେନ ନୁଆଁ ଜିନିଷ ଭାବିବାରେ ଯେତେ ମାହୀରି ତାକୁ ସାଇତି ରଖିବାରେ ସେତେ ଶକ୍ତିଶାଳୀ ନୁହଁ। ତେଣୁ ଆପଣଙ୍କ ଜିବନ ରେ କଣ ସବୁ ପାଇବେ ଏବଂ ପାଇଗଲେଣି ସେଗୁଡିକୁ ଲିଖିତ ଭାବେ ରଖନ୍ତୁ। ଯାହା ଆପଣଙ୍କ ଭବିଷ୍ୟତ ରେ କାର୍ଯ୍ୟ ରେ ଆସିବ। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ କଣ କଣ ସବୁ ଶିଖିଛନ୍ତି ଏବଂ ଶିଖିବାକୁ ଚାହୁଁଛନ୍ତି ସେ ବିଷୟରେ ନିଶ୍ଚିତ ଲେଖନ୍ତୁ।
ଯଦି ଆପଣ ଏହାକୁ ପ୍ରୟୋଗ କରୁଛନ୍ତି ତେବେ, ଆପଣଙ୍କୁ ପ୍ରଥମ ୧୦ଦିନ କଠିନ ଲାଗିପାରେ। ପରେ ଦ୍ୱିତୀୟ ୧୦ଦିନ Normal ରହିବ। ପରେ ଏହା ଆପଣଙ୍କ ଅଭ୍ୟାସ ରେ ପରିବର୍ତ୍ତନ ହୋଇଯିବ। ଏ ବିଷୟରେ ଆପଣଙ୍କ କୌଣସି ସାଙ୍ଗଙ୍କୁ ଜଣାଇ ତାଙ୍କ ସହିତ ଗୋଟିଏ ମାସର Challenge ମଧ୍ୟ ନେଇପାରିବେ।

ଏହି ୬ ଟି ସୂତ୍ର କୁ ନିଜ ଜୀବନରେ ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ ପରିବର୍ତ୍ତନ ନିଶ୍ଚିତ ଭାବରେ ଘଟିବ। କାରଣ ଏହା କୌଣସି ମାନଗଢା କାହାଣୀ ନୁହଁ। ଏହାକୁ ପ୍ରୟୋଗ କରି ଲକ୍ଷାଧିକ ଲୋକଙ୍କ ଜୀବନ ଶୈଳୀ ପରିବର୍ତ୍ତନ ହୋଇସାରିଲାଣି ଏବଂ ଆପଣଙ୍କ ମଧ୍ୟ ହୋଇଯିବ ଏହା ମୋର ଆଶା ଓ ବିଶ୍ୱାସ।
ପରିଶେଷରେ ବିଷୟ ଟିକୁ ସମ୍ପୂର୍ଣ୍ଣ ପଢ଼ିବାରୁ ଧନ୍ୟବାଦ

Six miracles morning habits can change your life./ ୬ ଟି ଅଲୌକିକ ସକାଳ ଅଭ୍ୟସ ଯାହା ବଦଳାଇଦେବ ଆପଣଙ୍କ ଜୀବନ Six miracles morning habits can change your life./ ୬ ଟି ଅଲୌକିକ ସକାଳ ଅଭ୍ୟସ ଯାହା ବଦଳାଇଦେବ ଆପଣଙ୍କ ଜୀବନ Reviewed by Alone Arya on 4:19 AM Rating: 5

No comments:

Powered by Blogger.