A short motivational story./ଗୋଟିଏ ସୁନ୍ଦର ପ୍ରେରଣାଦାୟକ ଛୋଟ ଗପ ।

A short motivational story

 ଗୋଟିଏ ସୁନ୍ଦର ପ୍ରେରଣାଦାୟକ ଛୋଟ ଗପ ।

ଦିନେ ଗୋଟିଏ ଝିଅ ତା ବାପାଙ୍କୁ ପଚାରିଲା। ବାପା “ମୋ ଜୀବନରେ ଏତେ ଦୁଃଖ କଷ୍ଟ କାହିଁକି ଆସୁଛି।ଯାହାକୁ ମୁଁ ସହଜରେ manage କରିପାରୁ ନାହିଁ। ମୁଁ ଯେତେବେଳେ ପୂର୍ଣ୍ଣ ଚେଷ୍ଟାକରି ଗୋଟିଏ ସମସ୍ୟାକୁ ଦୁର କରୁଛି, ପୁଣି ଆଉ ଏକ ନୁଆଁ ସମସ୍ୟା ଆସି ପହଂଚୁଛି।

ବାପା ଏହା ଶୁଣି କିଛି ସମୟ ନିରବ ରହିବା ପରେ ଝିଅକୁ କହିଲେ ମୋ ସହିତ ରୋଷେଇ ଘରକୁ ଚାଲ, ମୁଁ ତୁମକୁ କିଛି ଦେଖାଇବି। ସେ ତିନୋଟି ପାତ୍ର ବାହାର କଲେ ସେଥିରେ ସମାନ ପରିମାଣରେ ପାଣି ନେଲେ। ସେହି ପାତ୍ର ଗୁଡିକୁ ଜଳୁଥିବା ଚୁଲା ଉପରେ ବସାଇଦେଲେ। ପରେ ସେ ପ୍ରଥମ ପାତ୍ରରେ ଗୋଟିଏ ଆଳୁ, ଦ୍ୱିତୀୟ ପାତ୍ରରେ ଗୋଟେ ଅଣ୍ଡା ଓ ତୃତୀୟ ପାତ୍ର ରେ ଗୋଟେ କଫି ମଞ୍ଜିକୁ ପକାଇଲେ। ସେ ଅପେକ୍ଷା କଲେ ପାଣି ଗରମ ହଵା ପର୍ଯ୍ୟନ୍ତ। କିନ୍ତୁ ଝିଅ ଆଶ୍ଚର୍ଯ୍ୟ ଓ ଅଧର୍ଯ୍ୟ ହୋଇ ବାପାଙ୍କୁ ଦେଖୁଥିଲା ବାପା ଏସବୁ କଣ କରୁଛନ୍ତି।

ଦୀର୍ଘ ୨୦ ମିନଟ ପରେ ବାପା ଚୁଲା କୁ ବନ୍ଦକଲେ। ପରେ ସେ ପ୍ରଥମ ପତ୍ରରୁ ଆଲୁଟିକୁ ଆଉ ଗୋଟିଏ ପାତ୍ର କୁ ବାହାର କଲେ। ଦ୍ୱିତୀୟ ପାତ୍ରରୁ ଅଣ୍ଡା ଟିକୁ ବାହାର କରି ଅନ୍ୟ ଏକ ପାତ୍ରରେ ରଖିଲେ। ଶେଷ ପାତ୍ରରୁ କଫିକୁ ଗୋଟିଏ cup କୁ ବାହାର କଲେ। ଏହାପରେ ସେ ଝିଅକୁ 

ପଚାରିଲେ କଣ ଦେଖିଲ ?
ଝିଅ ବିବ୍ରତ ହୋଇ କହିଲା “ଆଳୁ,ଅଣ୍ଡା,କଫି” । ବାପା କହିଲେ ପାଖକୁ ଆସ। ଏହାକୁ ସ୍ପର୍ଶ କରି କୁହ ପୂର୍ବ ଅପେକ୍ଷା କଣ ପରିବର୍ତ୍ତନ ହୋଇଛି। ଝିଅଟି ପ୍ରଥମେ ଆଳୁ କୁ ସ୍ପର୍ଶ କରି କହିଲା ,ଆଳୁଟି ପୁର୍ବ ଅପେକ୍ଷା ବର୍ତ୍ତମାନ ନରମ ହୋଇଯାଇଛି। ଅଣ୍ଡା ର ଖୋଳପା କୁ ଭାଙ୍ଗି ଦେଖିଲା ଭିତରେ ଥିବା ସବୁ ତରଳ ପଦାର୍ଥ ବର୍ତ୍ତମାନ କଠିନ ଅବସ୍ଥାକୁ ଆସିଯାଇଛି। ଶେଷରେ ଦେଖିଲା କଫି ମଞ୍ଜି ଟି ପୁରା ପାଣି ସହିତ ମିଶିଯାଇଛି।

ଝିଅଟି ଟିକେ ଉତ୍ସାହିତ ହୋଇ ବାପାଙ୍କୁ ପ୍ରଶ୍ନ କଲା, ବାପା ଏହାର ଅର୍ଥ କ’ଣ ? ବାପା କହିଲେ ଦେଖ ଆଳୁ, ଅଣ୍ଡା ଓ କଫି ମଞ୍ଜି କୁ ସମାନ ପରିସ୍ଥିତି ର ସମ୍ମୁଖୀନ କରିବାକୁ ପଡିଲା। ପରନ୍ତୁ ସମସ୍ତଙ୍କ ପ୍ରତିକ୍ରିୟା ବର୍ତ୍ତମାନ ଅଲଗା ଅଲଗା ହେଲା। ପୂର୍ବରୁ ଆଳୁ ଶକ୍ତ ଓ ମଜବୁତ ଥିଲା କିନ୍ତୁ ଗରମ ପାଣି ର ସମ୍ମୁଖିନ ପରେ,ସେ ନରମ ଆଉ ଦୁର୍ବଳ ହୋଇଗଲା। ଠିକ ସେହିପରି ପୂର୍ବରୁ ଅଣ୍ଡାର ଖୋଳପା ଭିତର ପଦାର୍ଥ ତରଳ ଅବସ୍ଥାରେ ଥିଲା କିନ୍ତୁ ଗରମ ପାଣି ର ସମ୍ମୁଖିନ ପରେ ତାହା କଠିନ ହୋଇଗଲା। ପୂର୍ବରୁ କଫି ମଞ୍ଜିର କିଛି ନିର୍ଦ୍ଦିଷ୍ଟ ଆକାର ଥିଲା କିନ୍ତୁ ବର୍ତ୍ତମାନ ସେ ଗରମ ପାଣି ସହିତ ମିଶି କିଛି ନୂତନ ସୃଷ୍ଟି କଲା। 
ଏହାପରେ ବାପା ଝିଅକୁ ପ୍ରଶ୍ନ କଲେ , ଏ ଭିତରୁ ତୁମେ କେଉଁ ପ୍ରକାର ? ଯେତେବେଳେ ପରିସ୍ଥିତି ତୁମ କବାଟ ଠକ ଠକ କରିବା ତୁମେ ତାକୁ କେଉଁ ପ୍ରକାର ଉତ୍ତର ଦେବା ? କ’ଣ ତୁମେ ଆଳୁ, ଅଣ୍ଡା ନା କଫି ମଞ୍ଜି ?

Moral(ନୀତିଶିକ୍ଷା) : ଆମ ଜୀବନରେ ଘଟଣା ତ ଆମ ଚତ୍ରୁପାର୍ଶ୍ଵ ରେ ଘଟିବ ଆଉ ଆମ ସହିତ ମଧ୍ୟ ଘଟି ଚାଲିବ। କିନ୍ତୁ ଆମ ଜୀବନରେ ତାହା ପ୍ରଭାବ ପଡିଥାଏ ଯେ ପରିସ୍ଥିତି ସହିତ ଅମେମାନେ କିପରି ପରିବର୍ତ୍ତନ ହେଉଛନ୍ତି। 

ସାଙ୍ଗମାନେ ମୋର ଆପଣଙ୍କୁ ପ୍ରଶ୍ନ, ଆପଣ ଏଭିତରୁ କେଉଁ ପ୍ରକାର ? ଆଳୁ, ଅଣ୍ଡା ନା କଫି ମଞ୍ଜି ?
Comment section ରେ ଆପଣଙ୍କ ମତାମତ ନିଶ୍ଚିୟ ଜଣାନ୍ତୁ।

A short motivational story./ଗୋଟିଏ ସୁନ୍ଦର ପ୍ରେରଣାଦାୟକ ଛୋଟ ଗପ । A short motivational story./ଗୋଟିଏ ସୁନ୍ଦର ପ୍ରେରଣାଦାୟକ ଛୋଟ ଗପ । Reviewed by Alone Arya on 1:54 AM Rating: 5

6 comments:

  1. If Tom and Jerry were a traditional cat and a mouse, they would fight and remain as enemies throughout the series. lady boss

    ReplyDelete
  2. Howdy dudes! Wonderful stuff protects it up. Kenyan

    ReplyDelete
  3. A future without any such harmful environmental effects of plastic is too much a good opportunity to pass by. Morris Esformes

    ReplyDelete
  4. I am incapable of reading articles online very often, but I’m happy I did today. It is very well written, and your points are well-expressed. I request you warmly, please, don’t ever stop writing. agencia de publicidad en santiago

    ReplyDelete
  5. I am incapable of reading articles online very often, but I’m happy I did today. It is very well written, and your points are well-expressed. I request you warmly, please, don’t ever stop writing. agencia de marketing digital santiago

    ReplyDelete

Powered by Blogger.