If you an odia then must read this topic./ଯଦି ଆପଣ ଜଣେ ଓଡ଼ିଆ ତେବେ ନିଶ୍ଚିତ ପଢନ୍ତୁ ଏହି Post କୁ।

If you an odia then must read this topic.

ଯଦି ଆପଣ ଜଣେ ଓଡ଼ିଆ ତେବେ ନିଶ୍ଚିତ ପଢନ୍ତୁ ଏହି Post କୁ। 

ଯଦି ଆପଣ ଜଣେ ଓଡ଼ିଆ ତେବେ ଏହି ପୋଷ୍ଟ ଟିକୁ ନିଶ୍ଚିତ ଭାବେ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।
ଆମ ଓଡ଼ିଶା ଏକ ଏପରି ରାଜ୍ୟ ଯାହା ଇତିହାସ ପୃଷ୍ଠା ରେ ବିଶେଷ ସ୍ଥାନ ଅଧିକାର କରିଥିଲା। କିନ୍ତୁ ବର୍ତମାନ ଆମେମାନେ ଏବେ ଯଦି ପ୍ରଯତ୍ନ ନହେବ ତେବେ ଆମ ଆସନ୍ତା ପିଢ଼ି ନିକଟରେ ଆମେ ଋଣୀ ହୋଇ ରହିଯିବା। ତେବେ କାହିଁହି ଆସନ୍ତୁ ଏହା ଜାଣିବା କିପରି ହେବ ଆମ ଓଡ଼ିଶା ର ବିକାଶ ଏବଂ ସେଥିରେ ଆମ ଅବଦାନ କଣ ରହିବ ।
ବୈଦିକ ଓଡିଶା ବିଷୟରେ ପଦେ।
କୃଷ୍ଣ ଯଜୁର୍ବେଦ ବୈଧାୟନ କଳ୍ପସୂତ୍ର କହେ “ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ରାଜ୍ୟ, ନା ଆର୍ଯ୍ୟ ନା ଦ୍ରାବିଡ଼ ଏହା ଥିଲା ସମ୍ପୂର୍ଣ୍ଣ ଅଲଗା” ।
ଓଡ଼ିଶାର ଶାସକ ମାନେ ଥିଲେ ସମ୍ପୂର୍ଣ୍ଣ ସ୍ୱାଧୀନ। ସେତେବେଳେ ବଙ୍ଗବଂଶ ର ରାଜା ମାନେ ଓଡ଼ିଶାରେ ଶାସନ କରୁଥିଲେ।
◆୭୯୫ ଖ୍ରୀଷ୍ଟାବ୍ଦ ବେଳକୁ ବଙ୍ଗବଂଶୀୟ ରାଜା ଦ୍ଵିତୀୟ ଯଯାତି କେଶରୀ “ମହାସିବ ଗୁପ୍ତ ” ଓଡ଼ିଶାର ଶାସନ ଭାରକୁ ତୁଲାଉଥିଲେ। ସେ କଳିଙ୍ଗ ,କୋଶଳ ଓ ଉତ୍କଳ କୁ ଏକତ୍ର କରି ଏହାର ରାଜଧାନୀ “ଯାଜପୁର” ଠାରେ ସ୍ଥାପିତ କଲେ।
◆୧୦୭୮-୧୧୭୫ ଖ୍ରୀଷ୍ଟାବ୍ଦ ସମୟରେ ଓଡ଼ିଶାରେ ଅନନ୍ତବର୍ମା ଛୋଡଗଙ୍ଗ ଦେବଙ୍କ ଶାସନ ଚାଲୁଥିଲା। ତାଙ୍କ ଦ୍ୱାରା ଶ୍ରୀ “ଜଗନ୍ନାଥ ମନ୍ଦିରର” ନବୀକରଣ କାର୍ଯ୍ୟ ଆରମ୍ଭ କରାଗଲା ଏବଂ ଓଡ଼ିଶାର ରାଜଧାନୀ “କଟକ” ଠାରେ ସ୍ଥାପିତ କରାଗଲା।
◆୧୯୩୬ ଖ୍ରୀଷ୍ଟାବ୍ଦ ଅପ୍ରେଲ ୧ ଯେଉଁ ଦିନକୁ ଆମେ “ଉତ୍କଳ ଦିବସ” ରୁପେ ପାଳନ କରୁ ସେହି ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରାନ୍ତ ଗଠନ କରାଗଲା। ଓଡିଶା ହେଉଛି ଭାଷାଭିତ୍ତିକ ଗଠନ ପ୍ରଥମ ଭାରତୀୟ ରାଜ୍ୟ।
◆୧୯୪୭ ଖ୍ରୀଷ୍ଟାବ୍ଦରେ ସ୍ୱାଧୀନ ଭାରତର ଏକ ରାଜ୍ୟ ଭାବରେ ଓଡିଶା ମାନ୍ୟତା ପାଇଲା।
◆୧୯୪୮ ଅପ୍ରେଲ୧୩ ତାରିଖ ଦିନ ଓଡ଼ିଶାର ନୂତନ ରାଜଧାନୀ “ଭୁବନେଶ୍ଵର” ଠାରେ ସ୍ଥାପିତ କରାଗଲା। ଯାହା ବର୍ତ୍ତମାନ ମଧ୍ୟ।
ପୁରାତନ ଓଡ଼ିଶା ଇତିହାସରେ ଯେଉଁ ଅମର ଲେଖା ଛାଡ଼ିଯାଇଛି ବୋଧେହୁଏ ଏହା ଇତିହାସରେ ହିଁ ସୀମିତ ହୋଇ ରହିଯିବ। ଆମେ ବୋଧେ ଭୁଲି ଯାଉଛନ୍ତି ଏହି ଓଡିଶା ଭୂମି କୁ ଯେଉଁଠାରେ
“ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ” ଠାରୁ ଆରମ୍ଭ କରି ବୀର ପୁତ୍ର “ବାଜି ରାଉତ” ,
“କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ”ଙ୍କ ଠାରୁ ଆରମ୍ଭ କରି ବ୍ୟାସକବି “ଫକୀର ମୋହନ ସେନାପତି ” ଜନ୍ମ ନେଇଥିଲେ।
କିନ୍ତୁ ସାଙ୍ଗମାନେ ମୋର ଆପଣ ସମସ୍ତ ଙ୍କୁ ଗୋଟେ ପ୍ରଶ୍ନ। କୁଆଡେ ଗଲେ ଆଜିର ମହାପୁରୁଷ ମାନେ ?
କଣ ପରିବର୍ତ୍ତନ ହୋଇଯାଇଛି ଏହି ଭୂମି ?
କଣ ଜନ୍ମ ନେଉନାହାନ୍ତି ଆଉ ମହାପୁରୁଷ ?
ନା ସାଙ୍ଗମାନେ ପରିବର୍ତ୍ତନ ହୋଇଯାଇଛନ୍ତି ଆମେମାନେ। ପରିବର୍ତ୍ତନ କରିଦେଇଛନ୍ତି ଆମ ସମାଜକୁ। ପରିବର୍ତ୍ତନ କରିଦେଉଛନ୍ତି ଆମ ମହାପୁରୁଷତ୍ଵ କୁ। ଆମ ବିଚାର ଧାର, ଆମ ସଂସ୍କୃତି, ଆମ ପରମ୍ପରା, ଆମ ଚଳଣୀ ଓ ରୀତିନୀତି। ଆଜିର ଏହି ପାଶ୍ଚାତ୍ୟ ଆଧୁନିକ ଶୈଳୀ କୁ ଅନୁକରଣ କରି। ବଦଳାଇ ଦେଉଛନ୍ତି ଆମ ସଭ୍ୟତାକୁ। ଆମେ ଯଦି ଇତିହାସର ସେ ପୃଷ୍ଠା କୁ ଓଲଟାଇ ତୁଳନା କରିବା ପୁରାତନ ଓଡିଶା ସହିତ ଆଜିର ଏହି ନୂତନ ଓଡିଶାକୁ ତେବେ ଆମ୍ଭେମାନେ ଜାଣିପାରିବ କେତେ ପଛରେ ପଡିରହିଛନ୍ତି ଆମେ। Google search ରେ କେବଳ ଆଦିବାସି ସମ୍ପ୍ରଦାୟରେ ଆମେ Top Rank ରେ ଅଛନ୍ତି। ଆଜି ଆମେମାନେ ଆପଣାସ୍ବାର୍ଥ ଏବଂ ପରାଶ୍ରୀକାତରତା କୁ ଜାବୁଡି ଧରି ଆମ ବିଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟା, ଅର୍ଥନୀତି, ବାଣିଜ୍ୟ ଓ ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରରେ ବହୁ ପଛରେ ରହିଯାଇଛନ୍ତି।
ଏଠାରେ ଆଜି
ନା କଳାର ସମ୍ମାନ।
ନା ସଂସ୍କୃତି ର ବିକାଶ।।

ନା ଶିକ୍ଷାର ପ୍ରସାର।
ନା ବିଜ୍ଞାନର ଉପଯୁକ୍ତ ବ୍ୟବହାର।।

ନା ପ୍ରଯୁକ୍ତିବିଦ୍ୟା ପାଇଁ ପ୍ରଯତ୍ନ ।
ନା ସ୍ୱାସ୍ଥ୍ୟ ବ୍ୟବସ୍ଥା ରେ ଉର୍ଣ୍ଣତ।।

ନା ବାଣିଜ୍ୟରେ ଉର୍ଣ୍ଣତି ।
ନା ଅର୍ଥନୀତି ରେ ସମୃଦ୍ଧି।।
ଇତ୍ୟାଦି କ୍ଷେତ୍ରରେ ଆମେ ପହଞ୍ଚି ପାରିନାହାନ୍ତି ଆଗରେ।

କାହିଁକି ଆଜି ଆମେମାନେ ଠିଆହୋଇଛନ୍ତି
ପଛ ଧାଡ଼ିରେ ? ଯଦି ଏହି ପ୍ରକାର ମୁଁ ଆପଣମାନଙ୍କୁ ପ୍ରଶ୍ନ କରେ ,ତେବେ ହୁଏତ ଆପଣଙ୍କ ମଧ୍ୟରୁ କେତେକ ଙ୍କ ଉତ୍ତର ଏହା ଆସିପାରେ
‘‘ଆମ ରାଜ୍ୟ ଗରିବ ଅଟେ। ଆମ ରାଜ୍ୟବାସୀ ଅଶିକ୍ଷିତ ଅଟନ୍ତି। ଆମ ସରକାରଙ୍କ ଶାସନ ବ୍ୟବସ୍ଥା ଠିକ ନୁହଁ। ଆମ ସରକାରୀ କର୍ମଚାରୀ ଠିକଭାବେ କାମ କରନ୍ତି ନାହିଁ ଇତ୍ୟାଦି ଇତ୍ୟାଦି। ”
କିନ୍ତୁ ଏହା କେତେକାଂଶରେ ସତ ହୋଇଥିଲେ ମଧ୍ୟ ବାସ୍ତବ ସତ୍ୟ ଏହା ନୁହଁ। ପ୍ରକୃତରେ ଆମ ରାଜ୍ୟ ଗରିବ ନୁହଁ। ଆମ ଚିନ୍ତାଧାରା ଆମକୁ ଗରିବ କରିଦେଉଛି। ଆମ ରାଜ୍ୟବାସୀ ଅଶିକ୍ଷିତ ନୁହଁ। ଆମେମାନେ ପାଠ ପଢି ମଧ୍ୟ ଶିକ୍ଷିତ ହୋଇପାରୁନାହୁଁ। ଆଉ ରହିଲା ଆମ ସରକାର ଏହା ଆମେ କିପରି କହିପାରିବା ଆମ ସରକାର ଠିକ ନୁହଁନ୍ତି କାରଣ ଗଣତନ୍ତ୍ର ଶାସନ ଅନୁସାରେ ଆମ ସରକାର ଆମେ ଗଢିଛନ୍ତି। ବାକି ରହିଲେ ଆମ ସରକାରୀ କର୍ମଚାରୀ ,ବନ୍ଧୁମାନେ ସେମାନେ ଆଉ କେହି ନୁହଁନ୍ତି ସେ ତମେ ମୋ ଭିତରୁ କେହି ଜଣେ ଯେକି ଆମ ରାଜ୍ୟବାସୀ ସେ ମଧ୍ୟ ବାହାରୁ କୁଆଡୁ ଆସିନାହାନ୍ତି।
ଏପରି ଭାବେ ଆମେ ଯଦି ଅନ୍ୟ ଉପରେ ସବୁବେଳେ ଦୋଷ ଲଦି ଚାଲୁଥିବା ତେବେ ଆମେ କେବେ ଆଗକୁ ବଢ଼ିପାରିବା ନାହିଁ । ତେଣୁ ସାଙ୍ଗମାନେ ସର୍ବପ୍ରଥମେ ଆମେ ବଦଳିବା କାରଣ ଆମେ ବାଦଳିଲେ ଆମ ଦେଶ ବଦଳିବ।ପ୍ରଥମେ ପ୍ରଶ୍ନ କରନ୍ତୁ ନିଜକୁ ,
ମୁଁ ଠିକ ଅଛିକି? ମୁଁ ଯାହା କରୁଛି ଠିକ କରୁଛି କି ? ମୁଁ ମୋ ପରିବାରକୁ ସଠିକ ମାର୍ଗ ଦର୍ଶାଉଛି କି? ପ୍ରତିବଦଳରେ ଆପଣଙ୍କୁ ଯେଉଁ ଉତ୍ତର ମିଳିବ ଯଦି ସେ ଉତ୍ତର ୫୦ ପତିଶତ ମଧ୍ୟ ଠିକ ଅଛି ତେବେ ଆପଣ ଜଣେ ସଠିକ ମଣିଷର ଦାୟିତ୍ୱ ଲିଭାଇବାରେ ପ୍ରୟାସ କରୁଛନ୍ତି।  ଯଦି ଉତ୍ତର ଆପଣଙ୍କ ନାହିଁ ତେବେ ବିଳମ୍ବ କରନ୍ତୁ ନାହିଁ ସାଙ୍ଗମାନେ ବର୍ତ୍ତମାନ ବହୁତ ବିଳମ୍ବ ହୋଇସାରିଲାଣି ଲାଗି ପଡନ୍ତୁ ନିଜ ଜୀବନ ର ଲକ୍ଷ୍ୟ ସ୍ଥିର କରି ସେ ଦିଗରେ ପରିଶ୍ରମ କରି ଚାଲନ୍ତୁ। ଅନ୍ୟଥା ବହୁ ଅସୁବିଧା ର ସମ୍ମୁଖିନ ହବାପାଇଁ ପଡିବ। ହୁଏତ ଆପଣମାନେ ଭାବିପରନ୍ତି ପରିଶ୍ରମ ମୁଁ କାହିଁକି କରିବି ?
ମୋର ଉତ୍ତର ହେଲେ ଅପଣଙ୍କ ପାଇଁ ଏହି ତିନୋଟି
୧.ସଫଳ ହବାପାଇଁ
୨.ସୁଖୀ ହବାପାଇଁ
୩.ମନର ଶାନ୍ତି ପାଇଁ
ଏହି ତିନୋଟି ଉତ୍ତର ଶୁଣିବା ପରେ ହୁଏତ ଚତୁର୍ଥ ଉତ୍ତର ର ଆବଶ୍ୟକତା ନଥାଇପରେ। ହେଲେ ସାଙ୍ଗମାନେ ପରିଶ୍ରମ ତ ସମସ୍ତେ କରନ୍ତି ହେଲେ ସମସ୍ତେ କଣ ସଫଳ ହୋଇଥାନ୍ତି କି? ନାଁ ସମସ୍ତେ ସଫଳ ହୋଇନଥାନ୍ତି। କାରଣ ସମସ୍ତ କଠିନ ପରିଶ୍ରମ ତ କରନ୍ତି କିନ୍ତୁ ସଫଳ ହବାପାଇଁ ହେଲେ କଠିନ ପରିଶ୍ରମ ସହିତ Smart Work ର ମଧ୍ୟ ଆବଶ୍ୟକତା ରହିଛି। smart work ତାହା ନୁହେଁ ଯାହା smart ଲୋକମାନେ କରନ୍ତି। Smart Work ର ଅର୍ଥ ହେଲା ସଠିକ ମାର୍ଗରେ କର୍ମ, ସଠିକ ଦିଶାରେ କର୍ମ କରିବା।
ଆମ ଜୀବନର ସଠିକ ମାର୍ଗ ବା ଦିଶା ହେଲା ଆମ ଲକ୍ଷ୍ୟ ପ୍ରତି କାମ କରିବା। ମୁଁ କହିବି ଆପଣ ଯଦି ଆପଣଙ୍କ ଧ୍ୟାନ କୁ ୨୪ଘଣ୍ଟା ଲକ୍ଷ୍ୟ ପ୍ରତି ରଖୀ ପରିଶ୍ରମ କରୁଛନ୍ତି ତେବେ ଆପଣ ସଠିକ ମାର୍ଗ ରେ ଯାଉଛନ୍ତି। ସାଙ୍ଗମାନେ ବିଶ୍ଵ ର ସମୃଦ୍ଧଶାଳୀ ଏବଂ ବିକଶିତ କୁହାଯାଉଥିବା ଦେଶ ଆମେରିକା ରେ ଗୋଟେ ସର୍ଭେ କରାଗଲା ଯେ, ସେ ଦେଶରେ ପାଠ ପଢ଼ୁଥିବା ପିଲାଙ୍କ ଜୀବନରେ କେତେ ପ୍ରତିଶତ ପରିସ୍କାର ଲକ୍ଷ୍ୟ ବା Goal ଅଛି। ଆପଣଙ୍କୁ କଣ ଲାଗୁଛି ଏହାର ଫଳାଫଳ କଣ ହୋଇଥାଇପରେ।
୫୦%,୬୦%,୧୦୦% ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହାର ଫଳାଫଳ ଥିଲା ମାତ୍ର 3% ପ୍ରତିଶତ। ଥରେ ଭାବନ୍ତୁ ସାଙ୍ଗମାନେ ଯଦି ଆମଦେଶକୁ ଅମ୍ଭେମାନେ ସର୍ବପ୍ରଥମ ସ୍ଥାନ ରେ ପହଞ୍ଚାଇବା କୁ ହେଲେ ଆମମାନଙ୍କ ମଧ୍ୟରେ କେତେ ପ୍ରତିଶତ ଲୋକଙ୍କ ଜୀବନରେ ଲକ୍ଷ୍ୟର ଆବଶ୍ୟକତା ଅଛି। କିନ୍ତୁ ବଡ଼ ଦୁଖଃର ବିଷୟ ସାଙ୍ଗମାନେ ଆମଦେଶରେ ବହୁତ କମ ଲୋକେ ଅଛନ୍ତି ଯେଉଁମାନଙ୍କ ଜୀବନ ରେ ପରିସ୍କାର ଲକ୍ଷ୍ୟ ରହିଛି। ତେବେ ଚିନ୍ତା କରନ୍ତୁ ନାହିଁ ସାଙ୍ଗମାନେ ଏବେମଧ୍ୟ ଅପଣଙ୍କ ପାଖରେ ସମୟ ଅଛି ,ନିଜର ଲକ୍ଷ୍ୟ ସ୍ଥିର କରିନିଅନ୍ତୁ। କଥାରେ ଅଛି “ଯେଉଁ ବ୍ୟକ୍ତିଙ୍କ ଜୀବନରେ ଲକ୍ଷ୍ୟ ନାହିଁ ସେ ପୁରା ଜୀବନ ଅନ୍ୟ କାହା ଲକ୍ଷ୍ୟ ହାସଲ ଦିଗରେ କାମ କରିଥାନ୍ତି ”।
“ A person without Goal is doomed to work the person having the goal ”
କଣ ଆପଣ ଚାହାନ୍ତି ଅନ୍ୟ କାହାର ଲକ୍ଷ୍ୟ ପୂରଣ କରିବା ପାଇଁ ଆପଣ ସାରା ଜୀବନ କାମ କରିବେ। ଯଦି ନାହିଁ ତେବେ ଆଉ ବିଳମ୍ବ ନକରି ଯଥାଶୀଘ୍ର ଆପଣଙ୍କ ଜୀବନର Goal ସ୍ଥିର କରି ସେ ଦିଗରେ ପରିଶ୍ରମ କରିବା ଆରମ୍ଭ କରିନିଅନ୍ତୁ। ହୁଏତ ଆପଣଙ୍କୁ ଏହା ପ୍ରଥମେ କଷ୍ଟ ଦେଇପାରେ।  ତେବେ ଯାଇ ଆପଣ ଆଗକୁ ବଢିବା ସହିତ ଅପଣଙ୍କ ପରିବାର କୁ ଉର୍ଣ୍ଣତୀ ର ସ୍ୱାଦ ଚଖାଇପାରିବେ ଏବଂ ଅପଣଙ୍କ ଆସନ୍ତା ପିଢ଼ି ପାଇଁ କିଛି କରିପାରିବେ। ଆମେ ବଦଳିଲେ ଆମ ରାଜ୍ୟ ଓ ଦେଶ ବଦଳିବ।
ଯଦି ଆପଣମାନେ ଚାହୁଁଛନ୍ତି ଏହି ଆହ୍ୱାନ କୁ Video ମାଧ୍ୟମରେ ଦେଖିବା ପାଇଁ ତେବେ ଏହି ଲିଙ୍କ କୁ click କରନ୍ତୁ 👉
ଏବଂ ଆମ YouTube Channel  curiousodia www.curiousodia.com/ କୁ Subscribe କରିବାକୁ ଭୁଲନ୍ତୁ ନାହିଁ।
ଏଣୁ ସାଙ୍ଗମାନେ ଆମେ ଏହି page କୁ ଆପଣଙ୍କ ପାଇଁ ତିଆରି କରିଛୁ। ଯଦି ଏହି ସଂଦେଶ ଟି ଆପଣଙ୍କୁ ଭଲଲାଗିଲା ତେବେ ଆପଣମାନେ ଏହି page କୁ Like କରନ୍ତୁ Share କରି ଆପଣଙ୍କ ସାଙ୍ଗସାଥି ଏବଂ ବନ୍ଧୁ ବାନ୍ଧବ ଙ୍କୁ ଜଣାନ୍ତୁ। Comment କରି ଆପଣଙ୍କ ମତାମତ ଜଣାନ୍ତୁ।
ପରିଶେଷରେ Post ଟିକୁ ଶେଷ ପର୍ଯ୍ୟନ୍ତ ପଢ଼ିବାରୁ
🙏ଧନ୍ୟବାଦ🙏


If you an odia then must read this topic./ଯଦି ଆପଣ ଜଣେ ଓଡ଼ିଆ ତେବେ ନିଶ୍ଚିତ ପଢନ୍ତୁ ଏହି Post କୁ। If you an odia then must read this topic./ଯଦି ଆପଣ ଜଣେ ଓଡ଼ିଆ ତେବେ ନିଶ୍ଚିତ ପଢନ୍ତୁ ଏହି Post କୁ। Reviewed by Alone Arya on 10:20 PM Rating: 5

No comments:

Powered by Blogger.