Read this for bright futures of student and youth. /ଛାତ୍ର ଏବଂ ଯୁବବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ ସମ୍ପୁର୍ଣ୍ଣ ପଢ଼ନ୍ତୁ।

Read this for bright futures of student and youth

ଛାତ୍ର ଏବଂ ଯୁବବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ।


ଶକ୍ତି ତ ଶକ୍ତି ହୋଇଥାଏ। ତାହାକୁ ସଦୁପଯୋଗ କରାଗଲେ,ବିଧେୟାତ୍ମକ କାର୍ଯ୍ୟ ରେ ଲଗାଇଲେ ଏବଂ ତାହାର ସକରାତ୍ମକ ନିୟୋଜନ ହେଲେ, ନିର୍ମାଣ କ୍ଷେତ୍ରରେ ଚମତ୍କାର ଦେଖିବାକୁ ମିଳେ। ଆଉ ଯଦି ସେହି ଶକ୍ତିର ଦୁରୂପଯୋଗ ହୁଏ , ତାହାକୁ ନିଷେଧତ୍ମକ କାର୍ଯ୍ୟରେ ଲଗାଯାଏ,ତାହାର ନକରାତ୍ମକ ନିୟୋଜନ ହୁଏ,ତେବେ ବିଧ୍ୱଂସ ସୃଷ୍ଟି ହୋଇ ହାହାକାର ପଡ଼ିଯାଏ। ଯୁବାବସ୍ଥା ଜୀବନର ବସନ୍ତକାଳ। ଉର୍ଜ, ଶକ୍ତି ଓ ଉତ୍ସାହ ଭରା ଜୀବନ। ବାଲ୍ୟ ଏବଂ ବୃଦ୍ଧା ଅବସ୍ଥାର ସନ୍ଧିକାଳ। ଏହି ସନ୍ଧିକାଳରେ ସାଧାନ କରିବା ଅନିର୍ବାଯ୍ୟ ଅଟେ। ଯୁବା ଅବସ୍ଥାରେ ଯଦି ଉପଯୁକ୍ତ ମାର୍ଗଦର୍ଶନ ମିଳେ,ତେବେ ଜୀବନ ଉପବନରେ ଅସଂଖ୍ୟ ପୁଷ୍ପ ଫୁଟି ଉଠିବ। ଏହି ଅବସ୍ଥାକୁ ମଣିଷ ଜୀବନନିର୍ମାଣ ର ଆଧାରଶିଳା କୁହାଯାଇପାରେ। ଉପଯୁକ୍ତ ଦିଶାନିର୍ଦେଶ,ମାର୍ଗଦର୍ଶନ ଏବଂ ଉପଯୁକ୍ତ ସାଥୀ ଅଭାବରୁ ଜୀବନ ଅଗଠିତ ହୋଇଥାଏ। ଭବିଷ୍ୟତରେ ଯେବେ କୌଣସି ଶ୍ରେଷ୍ଠ କାର୍ଯ୍ୟ ସମ୍ପାଦନ ହୋଇନପାରେ ଯୁବା ଅବସ୍ଥାର ଭୁଲ ପାଇଁ ସେତେବେଳେ ପାଶ୍ଚାତାପ ହୁଏ। ମାତ୍ର ସେତେବେଳକୁ ଗାଡି ଷ୍ଟେସନ ଛାଡି ଆଗକୁ ଚାଲିଯାଇଥାଏ। ବୟସ୍କ ହେବା ବେଳକୁ ଅଭ୍ୟସ ଗୁଡିକ ପରିପକ୍ୱ ହୋଇଯାଇଥାଏ, ସେଥିରେ କିଛି ପରିବର୍ତ୍ତନ ଆଣିବା ଅତ୍ୟନ୍ତ କଠିନ ହୋଇଯାଏ। ତେଣୁ ଜିବନର ଏହି ସନ୍ଧିକାଳକୁ ବଡ଼ ସାବଧାନ ସହିତ ଉଚିତ ପରାମର୍ଶ ନେଇ ପାଳିବା ଆବଶ୍ୟକ। ଏହି ସମୟରେ ଉଚିତ ମାର୍ଗଦର୍ଶନ ମିଲବା ଯେକୌଣସି ଵ୍ୟକ୍ତି ପକ୍ଷରେ ସୋଭାଗ୍ୟର ଵିଷୟ।

ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ଭବିଷ୍ୟ ନିର୍ମାଣ କରିବା ପାଇଁ ଅବା ଆପଣଙ୍କ ସମ୍ପର୍କିତ ଓ ସାଙ୍ଗସାଥୀଙ୍କ ଜୀବନ ରେ ଉପଯୁକ୍ତ ପରିବର୍ତ୍ତନ ଆଣିବାକୁ ତେବେ ଆମ ଏହି ପୃଷ୍ଠା କୁ ସବୁବେଳେ ପଢନ୍ତୁ ଓ subscribe କରନ୍ତୁ।  ଆମ YouTube ଚ୍ୟାନେଲ ର Video ମାଧ୍ୟମରେ ଏହାକୁ ଦେଖିବା ପାଇଁ ଏହି link କୁ click କରନ୍ତୁ👉https://youtu.be/HVlNYWkQaXA
Read this for bright futures of student and youth. /ଛାତ୍ର ଏବଂ ଯୁବବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ ସମ୍ପୁର୍ଣ୍ଣ ପଢ଼ନ୍ତୁ। Read this for bright futures of student and youth. /ଛାତ୍ର ଏବଂ ଯୁବବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ ସମ୍ପୁର୍ଣ୍ଣ ପଢ଼ନ୍ତୁ। Reviewed by Alone Arya on 8:51 AM Rating: 5

No comments:

Powered by Blogger.