Why healthy life is important in odia ? ଉତ୍ତମ ସ୍ୱାସ୍ଥ୍ୟ ଆମ ଜୀବନରେ କାହିଁକି ଆବଶ୍ୟକ ?

ସ୍ୱାସ୍ଥ୍ୟ ହିଁ ସମୃଦ୍ଧି 
ଆମମାନଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ବୁଦ୍ଧି ଜୀବନର ଦୁଇଟି ସର୍ବୋତ୍ତମ ବରଦାନ। ସଂସାର ର ସମସ୍ତ କାର୍ଯ୍ୟ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ। ଯଦି କାର୍ଯ୍ୟ କରିବା ବେଳେ କୌଣସି ପ୍ରକାର କଷ୍ଟ ହୁଏ ନାହିଁ, ଶ୍ରମ ଯୋଗୁଁ ବିରକ୍ତି ଆସେ ନାହିଁ, ମନରେ କାମ ପ୍ରତି ଉତ୍ସାହ ସୃଷ୍ଟି ହୁଏ ତଥା ମନ ପ୍ରସନ୍ନ ରହେ ଓ ମୁଖ ଉପରେ ଆଶାର ଝଲକ ଦେଖାଦିଏ, ତାହା ହେଉଛି ଶରୀର ର ସ୍ୱାଭାବିକ ସ୍ୱାସ୍ଥ୍ୟ ର ପରିଚୟ। ସ୍ୱାଭାବିକ ଭାବେ ବିନା ଅସୁବିଧାରେ ଶ୍ୱାସ ନେବା,ଆଖିର ଜ୍ୟୋତି ଓ ଶ୍ରବଣ ଶକ୍ତି ଠିକ ରହିବା ,ଫୁସଫୁସ ଠିକ ରୂପେ ଅମ୍ଳଜାନ ନେଇ ଅଙ୍ଗାରକାମ୍ଳ ବାହାର କରିବା,ମନୁଷ୍ୟର ସବୁ ବହିର୍ଗମନ ମାର୍ଗ ଅର୍ଥାତ- ଚର୍ମ,ମଳ ମୂତ୍ର ଦ୍ଵାର, ଫୁସଫୁସ ଠିକରୁପେ ନିଜ କାମ କରିବା- ଏପରି ହେଉଥିଲା ବ୍ୟକ୍ତି ପୂର୍ଣ୍ଣତଃ ସୁସ୍ଥ।
ଆମେ ଜାଣୁ ଯେ ଯେଉଁ ବ୍ୟକ୍ତିର ଜୀବନ ନିୟମିତ ନୁହେଁ ଓ ଯିଏ ପ୍ରକୃତି ସହିତ ପୁରା ସହଯୋଗ କରେନାହିଁ, ସେ ବ୍ୟକ୍ତି ରୋଗରେ ପଡ଼େ। ଶରୀର ଆମର ସହାୟକ ଓ ସେବକ। ଏହା ଚବିଶ ଘଣ୍ଟା, ଏପରିକ ଶୋଇବା ସମୟରେ ଓ ଜାଗ୍ରତ ଅବସ୍ଥାରେ ମଧ୍ୟ ଆମର କାମ କରେ। ବିଶ୍ୱସ୍ତ ସେବକକୁ ସମର୍ଥନ କରି ନିରୋଗ ଏବଂ ଦୀର୍ଘଜୀବୀ କରି ରଖିବା ପ୍ରତ୍ୟେକ ବିଚାରଶୀଳ ବ୍ୟକ୍ତି ର କର୍ତ୍ତବ୍ୟ। କେବଳ ସୁସ୍ଥ ବ୍ୟକ୍ତି ହିଁ ଧନୋପାର୍ଯନ,ସାମାଜିକ, ନୈତିକ, ବ୍ୟକ୍ତିଗତ ସମସ୍ତ କର୍ତ୍ତବ୍ୟକୁ ପାଳନ କରିପାରେ। ଯାହାଙ୍କ ସ୍ୱାସ୍ଥ୍ୟ ଉତ୍ତମ, ତାଙ୍କଠାରେ ପ୍ରାଣଶକ୍ତି ଅଧିକ ଥାଏ। ଏହି କାରଣ ରୁ ସୁଖଶାନ୍ତି ର ଅକ୍ଷୟ ଭଣ୍ଡାର ତାଙ୍କୁ ମିଳିଥାଏ। ସ୍ୱାସ୍ଥ୍ୟ ଲାଭ ନିମନ୍ତେ ସ୍ୱାସ୍ଥ୍ୟର ନିୟମକୁ ପାଳନ କରିବା ଆବଶ୍ୟକ। ଅଭ୍ୟାସ ଓ ଦିନଚର୍ଯ୍ୟା ସ୍ୱାସ୍ଥ୍ୟ ସହିତ ଘନିଷ୍ଠ ରୂପେ ସମ୍ପୃକ।
ସାଙ୍ଗମାନେ ବିଷୟଟି କିପରି ଲାଗିଲା ତଳେ comment କରି ନିଶ୍ଚିତ କୁହନ୍ତୁ। ଏହି ବିଷୟ କୁ Video ମାଧ୍ୟମରେ ଦେଖିବା ପାଇଁ ଆମ Youtube ଚ୍ୟାନେଲ Curious odia କୁ Subscribe କରନ୍ତୁ । ନୁଆଁ ନୁଆଁ ଶିକ୍ଷା ପାଇବା ପାଇଁ ଆପଣଙ୍କ mail id ଦେଇ ଆମ website ଓ Channel କୁ Subscribe କରନ୍ତୁ।

ପରିଶେଷରେ post ଟିକୁ ଶେଷ ପର୍ଯ୍ୟନ୍ତ ପଢ଼ିବାରୁ ଧନ୍ୟବାଦ। ମୋର ଅନୁରୋଧ ଯଦି ବିଷୟ ଟି ଲେଖାରେ କୌଣସି ଅକ୍ଷର ଗତ ତ୍ରୁଟି ପରିଲିଖିତ ହୋଇଛି ତେବେ ଆପଣଙ୍କ ସହୃଦୟରୁ କିଛି କ୍ଷମା ମୋ ପ୍ରତି ଦାନ କରିବେ।
ଏହିପରି  ନୀତିଶିକ୍ଷା, ନୀତିବାଣୀ, ଜଣା ଅଜଣା ସତ୍ୟ ଓ ଜରୁରୀ ଜ୍ଞାନ ବିଷୟରେ ଅଧିକା ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆମ website visitକରନ୍ତୁ।
Visit :- www.curiousodia.com
Why healthy life is important in odia ? ଉତ୍ତମ ସ୍ୱାସ୍ଥ୍ୟ ଆମ ଜୀବନରେ କାହିଁକି ଆବଶ୍ୟକ ? Why healthy life is important in odia ? ଉତ୍ତମ ସ୍ୱାସ୍ଥ୍ୟ ଆମ ଜୀବନରେ କାହିଁକି ଆବଶ୍ୟକ ? Reviewed by Alone Arya on 9:40 AM Rating: 5

No comments:

Powered by Blogger.