ଏହି ୭ଟି ବହି ଆପଣ ମରିବା ପୂର୍ବରୁ ନିଶ୍ଚିତ ଭାବରେ ଥରେ ପଢ଼ନ୍ତୁ।

ଏହି ୭ଟି ବହି ଆପଣ ମରିବା ପୂର୍ବରୁ ନିଶ୍ଚିତ ଭାବରେ ଥରେ ପଢ଼ନ୍ତୁ।
କଣ ଆପଣମାନେ ଜାଣନ୍ତି କି ଦୁନିଆରେ ୯୩% ପ୍ରତିଶତ ରୁ ଅଧିକା ସଫଳ ବ୍ୟକ୍ତି ନିଜର ବ୍ୟକ୍ତିତ୍ୱ ବିକାଶ ଓ ଜ୍ଞାନ ଆହରଣ ପାଇଁ ବହି ପଢ଼ିଥାନ୍ତି। ତେଣୁ ସଫଳ ହବାପାଇଁ ବହି ପଢ଼ିବା ନିହାତି ଭାବେ ଆବଶ୍ୟକ। କାରଣ Motivational ବିଡ଼ିଓ ଆପଣ କେତେ ଅଧିକା ଦେଖନ୍ତୁ ନା କାହିଁକି,ଆପଣଙ୍କ motivation level ଗୋଟିଏ ସମୟ ଆସିବାପରେ। ନିଶ୍ଚୟ ଶେଷ ହୋଇଯିବ। motivation ଗୋଟେ ନିଶା ଭଳି, ଯାହା ସମୟର ଅତିକ୍ରମ ପରେ ଧୀରେ ଧୀରେ କମିଯାଇଥାଏ। ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କ ଲକ୍ଷ୍ୟ ଓ ଉଦେଶ୍ୟ ଦୃଢ଼ ହୋଇନାହିଁ। ସେତେବେଳେ ପର୍ଯ୍ୟନ୍ତ ଆପଣ Demotivated ହେଉଥିବେ।

ଯଦି ଆପଣ ସମ୍ପୂର୍ଣ୍ଣ ଜ୍ଞାନ ପାଇବେ ଓ ଅନୁପ୍ରେରିତ ହେବେ। ତେବେ ଯାଇ ଆପଣ ଦୃଢ଼ ରହିପାରିବେ ଆପଣଙ୍କ ଲକ୍ଷ୍ୟ ପ୍ରତି। ବାସ୍ତବ ଜ୍ଞାନ କେବଳ ଆପଣ ବହିରୁ ହିଁ ପାଇପାରିବେ।
ଦୁନିଆରେ ବିଶେଷ ଭାବରେ ସଫଳତାକୁ ହାସଲ କରିଥିବା ସେହି ସମସ୍ତ ବ୍ୟକ୍ତିଙ୍କ ନିକଟରେ ଗୋଟିଏ କଥା ସମାନ ଦେଖିବାକୁ ମିଳିଛି। ତାହା ହେଲା ବହି ପଢିବା। କାରଣ ସମସ୍ତେ ଜାଣନ୍ତି।
          “The more you learn
                  The more you Earn”.

କେବଳ ବହି ପଢ଼ି ଆପଣ ଅଧିକା ଟଙ୍କା ଅର୍ଜନ କରିପାଇବେ। ସେୟା ନୁହଁ, ବହି ପଢିବା ଦ୍ୱାରା ଆପଣଙ୍କ ଦୃଷ୍ଟିରେ ପରିବର୍ତ୍ତନ ଆସିଥାଏ, ଧର୍ଯ୍ୟ ଓ ସାମର୍ଥ୍ୟ ମଧ୍ୟ ବଢିଥାଏ। କିଛି ଅନୁସନ୍ଧାନ ରୁ ଏହା ଜାଣିବାକୁ ମିଳିଛି ଯେ ବହି ପଢିବା ଦ୍ୱାରା ମାନସିକ ଅସ୍ଥିରତା ମଧ୍ୟ କମିଥାଏ। ଯାହାଫଳରେ ଖୁସି ବଢିଥାଏ। ଯଦି ଆପଣଙ୍କୁ ମଧ୍ୟ ଦୁନିଆର ୫% ପ୍ରତିଶତ ଲୋକଙ୍କ ଭିତରେ ଅସିବାର ଅଛି ତେବେ ବହି ପଢିବା ନିହାତି ଆବଶ୍ୟକ।

ହେଲେ ସାଙ୍ଗମାନେ ମୁଁ ଜାଣେ ଆପଣମାନଙ୍କ ମନରେ ଗୋଟେ ପ୍ରଶ୍ନ ନିହାତି ଉଠୁଥିବା। ଯେ ଦୁନିଆରେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ବହି ଛପା ଯାଉଛି। ସେ ଭିତରୁ ଆପଣଙ୍କ ପାଇଁ କେଉଁଟା ଆବଶ୍ୟକ। ତେବେ ଚିନ୍ତା କରନ୍ତୁ ନାହିଁ ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ଧର୍ଯ୍ୟ ସହିତ ପଢନ୍ତୁ। ତାର ଉତ୍ତର ଆପଣଙ୍କୁ ମିଳିଯିବ। ଆପଣ ମାନଙ୍କୁ ମୁଁ ଆଜି ୭ଟି ମୂଲ୍ୟବାନ ବହି ବିଷୟରେ ଜଣାଇବି ଯାହାକୁ ଆପଣମାନେ ଏ ଜୀବନ ରେ ନିଶ୍ଚିତ ଭାବେ ପଢ଼ନ୍ତୁ। ଯଦି ଆପଣ ଇଂରାଜୀ ଭାଷା ପଢିପାରୁଛନ୍ତି ଓ ବୁଝିଯାଉଛନ୍ତି ତେବେ ଭଲ କଥା। କାରଣ ମୁଁ ଆପଣମାନଙ୍କୁ ଯେଉଁ ବହି ବିଷୟରେ କହିବାକୁ ଯାଉଛି ତାହାର ମୂଳ ଭାଷା ଇଂରାଜୀ ଅଟେ। ଯଦି ଆପଣ ତାକୁ ଆମ ଭାଷା ଓଡ଼ିଆରେ ପଢ଼ିବାକୁ ଚାହୁଁଛନ୍ତି ତେବେ ଆପଣମାନେ ଆମ ୱେବ୍ସାଇଟେ ରୁ ଆଫିଲିଅଟେ ଲିଂକ ପାଇଯିବେ। ଯାହାକୁ ବ୍ୟବହାର କରି Amazon ରୁ କଣିପାରିବେ।

ନଂ. ୧- Managing Oneself
ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବ୍ୟକ୍ତିତ୍ୱ ବିକାଶ ବହି ପଢିନାହାନ୍ତି ତେବେ ଆପଣ ଏହି ବହିରୁ ଆରମ୍ଭ କରିପାରିବେ। କାରଣ ଏ ବହି ଟି ଅତି ଛୋଟ ଓ ସରଳ ଭାଷାରେ ରେ ଉପସ୍ଥାପନ କରାଯାଇଛି। ଏହି ବହିରେ ଏପରି କିଛି ଶିକ୍ଷା ଦିଆଯାଇଛି ଯାହାକୁ ବ୍ୟବହାର କରି ଜୀବନରେ ସହଜ ଭାବେ ପରିବର୍ତ୍ତନ ଆଣିହେବ।

ନଂ.୨- Rich Dad Poor Dad
ଏହାର ଲେଖକ Robert T. Kiyosaki .ଏହି ବହିରେ ତାଙ୍କ ଜୀବନ କାହାଣୀ ବିଷୟରେ ଜଣାଇଛନ୍ତି। ସେ କିପରି ତାଙ୍କର ନିଜ ବାପା ଓ ତାଙ୍କ ସାଙ୍ଗର ବାପାଙ୍କୁ ଆଦର୍ଶ ମାନି ତାଙ୍କ ଠାରୁ ଧନୀ ହବାର କଳା ଓ କୌଶଳ ଶିଖିଥଲେ। ସେ ବିଷୟରେ ଜଣାଇଛନ୍ତି। ଏ ବହିରେ ଆମକୁ ଆମ ଆର୍ଥିକ ସମସ୍ୟକୁ ଦୁର କରିବାର କଳା ଶିଖିବାକୁ ମିଲବ।

ନଂ.୩- Start with Why

ଏଥିରେ ଲେଖକ ଆମକୁ ,ଆମ କାହିଁକି ?  କୁ କିପରି ଭଲ ଭାବରେ ଜାଣିପାରିବା ସେ ବିଷୟରେ ଜଣାଇଛନ୍ତି। ଯାହାଫଳରେ ଆମେ ଆମ what ଓ how କୁ ସ୍ୱୟଂ ଦୁର କରିପାରିବା। ସଫଳତାକୁ ପାଇବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତିଙ୍କ ପାଖରେ ଏହି ସମସ୍ୟ ଟି ପ୍ରାୟ ସମୟରେ ଲାଗିରହିଥାଏ। ସେମାନେ ପ୍ରକୃତରେ କାହିଁକି ସଫଳ ହବ ପାଇଁ ଚାହୁଁଛନ୍ତି ସେ ବିଷୟରେ ସ୍ପଷ୍ଟ ନଥାନ୍ତି ତେଣୁ , ସମସ୍ୟର ସମାଧାନ ବାଟ ଖୋଜି ପାଇବା ପାଇଁ କଷ୍ଟ ହୋଇଥାଏ। ଏ ବହିକୁ ପଢିବା ଦ୍ୱାର ଆପଣ ସମସ୍ତ ଙ୍କ (କାହିଁକି , )ନିଶ୍ଚିତ ଭାବେ ସ୍ପଷ୍ଟ ହୋଇଯିବ।

ନଂ.୪- How To Win Friends and Influence People.

ଏ ବହି ର ଲେଖକ Dale Carnegie, କିପରି ଲୋକମାନଙ୍କୁ  ଆମ ଆଡ଼କୁ ଆକର୍ଷଣ କରିପାରିବା ଓ ନୁଆଁ ନୁଆଁ ବନ୍ଧୁ ତିଆରି କରି ପାରିବା ସେ ବିଷୟର ଏ ବହିରେ ଜଣାଇଛନ୍ତି। କାରଣ ଦୁନିରେ ୭୫% ପ୍ରତିଶତ ମଣିଷଙ୍କର ସଫଳତା ନିର୍ଭର କରିଥାଏ, ମଣିଷର କଥାବାର୍ତ୍ତା କଳା ଓ ସାମାଜିକ କଳା ଉପରେ। ସେ ଯେକୌଣସି କ୍ଷେତ୍ରରେ କାର୍ଯ୍ୟରତ ରୁହନ୍ତୁ ନା କାହିଁକି। ଯଦି ତାଙ୍କର କଥାବାର୍ତ୍ତା ର ଶୈଳୀ ଭଲ ତେବେ ସେ ଥିବ, ତେବେ ସେ ଶୀଘ୍ର ସଫଳତା କୁ ହାସଲ କରିଥାନ୍ତି।

ନଂ.୫ The Power of Habit.
ଆପଣ ଆପଣଙ୍କ ଭବିଷ୍ୟତକୁ ବଦଳାଇ ପାରିବେ ନାହିଁ। କିନ୍ତୁ ଆପଣଙ୍କ ଅଭ୍ୟାସ କୁ ବଦଳାଇ ପାରିବେ। ଏ ବହିରେ କିପରି ଆମେ ଆମ ଖରାପ ଅଭ୍ୟାସ କୁ ଭଲ ଅଭ୍ୟାସରେ ବଦଳାଇ ପାରିବା ସେ ବିଷୟରେ ଲେଖକ ଜଣାଇଛନ୍ତି। କାରଣ ଗୋଟିଏ ଭଲ ଅଭ୍ୟାସ କୁ ତିଆରି କରିବା କଷ୍ଟ ହୋଇଥାଏ, କିନ୍ତୁ ଯଦି ଏହା ଆମ ଭିତରେ ବୃଦ୍ଧି ହୋଇଯାଏ ତେବେ ଆମ ଜୀବନ ଶୈଳୀ ସହଜ ହୋଇଯିବ। କିନ୍ତୁ ଗୋଟିଏ ଖରାପ ଅଭ୍ୟାସ ସହଜରେ ବୃଦ୍ଧି ହୋଇଯାଏ, ପରନ୍ତୁ ଏହା ବଢ଼ିବା ପରେ ଆମ ଜୀବନକୁ ବଞ୍ଚିବା କଷ୍ଟ କରିଦେଇଥାଏ। ତେଣୁ ଏ ବହିରୁ ଭଲ ଅଭ୍ୟାସର କଳା ଶିଖିବାକୁ ପାଇପାରିବା।

ନଂ.୬ The Magic of Thinking Big
ଏ ବହିରେ ଲେଖକ ଆମକୁ, କିପରି ଆମ ମନରେ ଆସୁଥିବା ସବୁ ବଡ ଭାବନା ଓ କଳ୍ପନା କୁ ରୂପ ଦେଇପାରିବା ଓ ବଡ଼ ବଡ଼ ବିଚାର ଉପରେ କାର୍ଯ୍ୟ କରିପାରିବା। ସେ ବିଷୟରେ ଜଣାଇଛନ୍ତି। ଯଦି ଭବିଷ୍ୟତରେ ଆପଣ ମଧ୍ୟ କୌଣସି ମହତ କାମକୁ କରିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କୁ ଭୟ ଲାଗୁଛି ଆଗକୁ ବଢ଼ିବା ପାଇଁ ତେବେ ଏ ବହି ଟିକୁ ନିଶ୍ଚିତ ପଢ଼ନ୍ତୁ।

ନଂ.୭ Think and Grow Rich
ଏ ବହି ରେ ଆପଣ ଆପଣଙ୍କ ଭବିଷ୍ୟତ ନିର୍ମାଣ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ। ପ୍ରକୃତ ରେ ଆମ ସାମର୍ଥ୍ୟ କେତେ ସେ ବିଷୟରେ ଜାଣିପାରିବେ ଓ ତା ଉପରେ ସମ୍ପୂର୍ଣ୍ଣ ଆୟତ୍ତ ପାଇପାରିବେ। ଏଥିରେ ଲେଖକ କେତେ ବାସ୍ତବ ଉଦାହରଣ ଦେଇଛନ୍ତି ଯାହା ଆମ ଦୈନଦିନ ଜୀବନରେ ଘଟୁଥିବା ସମସ୍ୟା ସମାଧାନ ର ରାସ୍ତା ଦେଖାଇ ଦବ। ଏଥିରେ ଦିଆଯାଇଥିବା ସୂତ୍ରକୁ ବ୍ୟବହାର କରି ଆପଣ ନିଶ୍ଚିତ ଭାବେ ଆପଣଙ୍କ ଜୀବନରେ ଚାହୁଁଥିବା ସେ ସମସ୍ତ ଜିନିଷ ପାଇପାରିବେ। ତେଣୁ ଆପଣ ଏ ବହିଟିକୁ ନିଶ୍ଚିତ ଭାବରେ ପଢ଼ନ୍ତୁ।

ସାଙ୍ଗମାନେ ବିଷୟଟି କିପରି ଲାଗିଲା ତଳେ comment କରି ନିଶ୍ଚିତ କୁହନ୍ତୁ। ଏହି ବିଷୟ କୁ ଭିଡ଼ିଓ ମାଧ୍ୟମରେ ଦେଖିବା  ପାଇଁ ଆମ YouTube ଚ୍ୟାନେଲ Curious odia କୁ Subscribe କରନ୍ତୁ । ନୁଆଁ ନୁଆଁ ଶିକ୍ଷା ପାଇବା ପାଇଁ ଆପଣଙ୍କ mail id ଦେଇ ଆମ website ଓ Channel କୁ Subscribe କରନ୍ତୁ।

ପରିଶେଷରେ ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢିବାରୁ ଧନ୍ୟବାଦ। ମୋର ଅନୁରୋଧ ଯଦି ବିଷୟ ଟି  କୌଣସି ତ୍ରୁଟି ପରିଲିଖିତ ହୋଇଛି ତେବେ ଆପଣଙ୍କ ସହୃଦୟରୁ କିଛି କ୍ଷମା ମୋ ପ୍ରତି ଦାନ କରିବେ।
ଏହିପରି  ନୀତିଶିକ୍ଷା, ନୀତିବାଣୀ, ଜଣା ଅଜଣା ସତ୍ୟ ଓ ଜରୁରୀ ଜ୍ଞାନ ବିଷୟରେ ଅଧିକା ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆମ website visitକରନ୍ତୁ।

ସାଙ୍ଗମାନ ଏହି post ଟିକୁ ନିଶ୍ଚିତ share କରନ୍ତୁ ଆପଣଙ୍କ ସାଙ୍ଗସାଥି ଙ୍କ ସହିତ।
(ଏଠାରେ ବ୍ୟବହାର କରାଯାଇଥିବା ବହିର ଫୋଟ Amazon ରୁ ନିଆଯାଇଛି ତେଣୁ ସବୁ ଶ୍ରେୟ ତାଙ୍କୁ Amazon କୁ ଯାଉଛି)



ଏହି ୭ଟି ବହି ଆପଣ ମରିବା ପୂର୍ବରୁ ନିଶ୍ଚିତ ଭାବରେ ଥରେ ପଢ଼ନ୍ତୁ। ଏହି ୭ଟି ବହି ଆପଣ ମରିବା ପୂର୍ବରୁ ନିଶ୍ଚିତ ଭାବରେ ଥରେ ପଢ଼ନ୍ତୁ। Reviewed by Alone Arya on 5:30 AM Rating: 5

No comments:

Powered by Blogger.