ଆମ ଓଡ଼ିଶା ବିଷୟରେ ୧୦ଟି ରୋଚକ ସତ୍ୟ ଯାହା ଆପଣ ଆଗରୁ ଜାଣିନଥିବେ।


Top Ten Interesting fact about our Odisha ||ଆମ ଓଡ଼ିଶା ବିଷୟରେ ୧୦ଟି ରୋଚକ ସତ୍ୟ ଯାହା ଆପଣ ଆଗରୁ ଜାଣିନଥିବେ।


ସାଙ୍ଗମାନେ ଆପଣ ସମସ୍ତେ ଆମ ଓଡ଼ିଶା ବିଷୟରେ ବହୁତ କିଛି ଜାଣିଛନ୍ତି ହେଲେ ଆମେ ଆଜି କିଛି ନୂଆ ସତ୍ୟ ବିଷୟରେ କହିବୁ ଯାହା ଆପଣ ମାନେ ଆଗରୁ କେବେ ଜାଣିନଥିବେ କି ଶୁଣିନଥିବେ।

ସତ୍ୟା ନଂ-୧. ଆମ ଓଡ଼ିଶା ୧୯୩୬ ମସିହା ଅପ୍ରେଲ ୧ ରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ପାଇଥିଲା। ଯାହାକୁ ଆମେ ଉତ୍କଳ ଦିବସ ରୂପେ ପାଳନ କରିଥାଉ। ଆଉ ଏହା ଭାଷା ଭିତ୍ତିକ ଗଠନ ପ୍ରଥମ ଭାରତୀୟ ରାଜ୍ୟ।

ସତ୍ୟା ନଂ-୨.ରାଜା ଖାରବେଳଙ୍କ ସମୟରେ ଏହା ଏକ ସ୍ୱତନ୍ତ୍ର ଦେଶ ଭାବରେ ପରିଚିତ ଥିଲା। ଯାହାର ସୀମା ଗଙ୍ଗା ଠାରୁ ଆରମ୍ଭ ହୋଇ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା। ଆମ ଉତ୍କଳ ଗୌରବ ମଧୁସୂଦନ ଦାସ ଲେଖିଥିଲେ।
“ତୋ ପୂର୍ବ ପୁରୁଷ ଜୟ କରିଥିଲେ
ଗଙ୍ଗା ଠାରୁ ଗୋଦାବରୀ,
ତାଙ୍କରି ଔରସୁ ଜାତହୋଇ ତୁହି
କେଉଁ ଗୁଣେ ତାଙ୍କୁ ଶରୀ ”

ସତ୍ୟା ନଂ-୩.ଆମ ରାଜଧାନୀ ଭୁବନେଶ୍ବର ସାରା ବିଶ୍ୱରେ Temple City ଭାବେ ପରିଚିତ। କାରଣ ଏଠାରେ ଛୋଟ ବଡ଼ ହୋଇ ୬୦୦ରୁ ଅଧିକ ମନ୍ଦିର ରହିଛି। ଯାହା ଅନ୍ୟ କୌଣସି ଦେଶ ବା ସହରରେ ନାହିଁ।

ସତ୍ୟା ନଂ-୪. ପୃଥିବୀର ଅଧିକ ଉଛତମ Electrified Railway Track ଆମ ଓଡ଼ିଶାର ଦୈତାରୀ-ଜାଖପୁର section ରେ ଅଛି। ଯାହାକୁ ଆମ ଦକ୍ଷିଣ ପୂର୍ବ ରେଳ ବିଭାଗ ଦ୍ଵାରା ତିଆରି କରାଯାଇଛି। ଯେଉଁଥିରେ Double Stack Container (DSC) ଯାତାୟାତ ହୋଇପାରୁଛି। ଯାହାର ଉଚ୍ଚତା 7.45 ମିଟର।
ଆମେରିକା ଦ୍ଵିତୀୟ -7.1 ମିଟର
ଚାଇନା ତୃତୀୟ- 6.6 ମିଟର

ସତ୍ୟା ନଂ-୫.ଆମ ଓଡିଶାରୁ ପୃଥିବୀର ସବୁଠାରୁ ଅଧିକା ଲମ୍ବା କୁମ୍ଭୀର ଉଦ୍ଧାର କରାଯାଇଥିଲା। ଯାହା ଆଜି ପର୍ଯ୍ୟନ୍ତ ମିଳିଥିବା ସବୁଠାରୁ ଲମ୍ବା କୁମ୍ଭୀର ଅଟେ। ଯାହାର ଲମ୍ବ ହେଲା ୨୩ ଫୁଟ ୭ ଇଞ୍ଚ।

ସତ୍ୟା ନଂ-୬. ଦୁନିଆର ସର୍ବବୃହତ୍ତମ ଲୁଣି ହ୍ରଦ ଆମ ଓଡିଶାରେ ଅବସ୍ଥିତ। ଯାହାର ନାମ ହେଲା ଚିଲିକା। ଏହା ୯୧୬-୧୧୬୫ ବର୍ଗ କିଲୋମିଟର ଅଞ୍ଚଳରେ ଅଛି।

ସତ୍ୟା ନଂ-୭. ପୃଥିବୀର ବୃହତ୍ତମ ନଦୀବନ୍ଧ “ହୀରାକୁଦ ଜଳଭଣ୍ଡାର” ଆମ ଓଡିଶାରେ ଅବସ୍ଥିତ।

ସତ୍ୟା ନଂ-୮ ସମସ୍ତେ ଜାଣନ୍ତି କଟକ ହେଉଛି ଆମ ପୁରୁଣା ରାଜଧାନୀ। କିନ୍ତୁ ସର୍ବପୁରାତନ ରାଜଧାନୀ ହେଲା ଯାଜପୁର। ଯାହା ୭୯୫ ଖ୍ରୀଷ୍ଟାବ୍ଦରେ କେଶରୀ ବଂଶର ରାଜା ,ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳ କୁ ଏକତ୍ର କରି ଏହାର ରାଜଧାନୀ ସ୍ଥାପିତ କରିଥିଲେ।

ସତ୍ୟା ନଂ-୯. ଆମ ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସାରା ବିଶ୍ୱରେ ପରିଚିତ। ଯାହା ସମ୍ପୂର୍ଣ୍ଣ ନିଆରା ପର୍ବ। ଏହିପରି ପର୍ବ ନା କୌଣସି ଦେଶରେ ନା କୌଣସି ଧର୍ମରେ ଦେଖିବାକୁ ମିଳିଛି।

ସତ୍ୟା ନଂ-୧୦. ସାଙ୍ଗମାନେ ଯେହେତୁ ଏହି ପୋଷ୍ଟ ଟିକୁ ପଢ଼ୁଥିବା ସମସ୍ତେ ଜଣେ ଜଣେ ଓଡ଼ିଆ ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଆମ ଓଡ଼ିଶା ବିଷୟରେ ଗୋଟିଏ ପଦେ ନୁଆଁ କିଛି କମେଣ୍ଟ କରନ୍ତୁ।

ସାଙ୍ଗମାନେ ମୋ ଦ୍ୱାର ଏହା ଏକ ଛୋଟିଆ ପ୍ରୟାସ ଥିଲା। ଆମ ଜନ୍ମଭୂମି ପ୍ରତି ଭଲପାଇବା, ଶ୍ରଦ୍ଧା ଓ ସ୍ନେହ ଜାଗ୍ରତ କରିବାର। ଏହା କେବଳ ଆପଣମାନଙ୍କ ସହାୟତାରେ ହିଁ କାର୍ଯ୍ୟକ୍ଷମ ହୋଇପାରିବ। ତେଣୁ ଆପଣମାନଙ୍କୁ ଅନୁରୋଧ କଥା ଠିକୁ ଆଗକୁ share କରି ଏହି ପ୍ରୟାସ କୁ ସଫଳ କରିବେ।
 🙏ଧନ୍ୟବାଦ🙏
ଏଠାରୁ କିଛି ତଥ୍ୟ wikipedia ରୁ ସଂଗୃହିତ ତେଣୁ । ଏଣୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ଆମେ ଦାବି କରୁନୁ।

ସାଙ୍ଗମାନେ ବିଷୟଟି କିପରି ଲାଗିଲା ତଳେ comment କରି ନିଶ୍ଚିତ କୁହନ୍ତୁ। ଏହି ବିଷୟ କୁ ଭିଡ଼ିଓ ମାଧ୍ୟମରେ ଦେଖିବା  ପାଇଁ ଆମ YouTube ଚ୍ୟାନେଲ Curious odia କୁ Subscribe କରନ୍ତୁ । ନୁଆଁ ନୁଆଁ ଶିକ୍ଷା ପାଇବା ପାଇଁ ଆପଣଙ୍କ mail id ଦେଇ ଆମ website ଓ Channel କୁ Subscribe କରନ୍ତୁ।

ପରିଶେଷରେ ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢିବାରୁ ଧନ୍ୟବାଦ। ମୋର ଅନୁରୋଧ ଯଦି ବିଷୟ ଟି  କୌଣସି ତ୍ରୁଟି ପରିଲିଖିତ ହୋଇଛି ତେବେ ଆପଣଙ୍କ ସହୃଦୟରୁ କିଛି କ୍ଷମା ମୋ ପ୍ରତି ଦାନ କରିବେ।
ଏହିପରି  ନୀତିଶିକ୍ଷା, ନୀତିବାଣୀ, ଜଣା ଅଜଣା ସତ୍ୟ ଓ ଜରୁରୀ ଜ୍ଞାନ ବିଷୟରେ ଅଧିକା ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆମ website visitକରନ୍ତୁ।

ସାଙ୍ଗମାନ ଏହି post ଟିକୁ ନିଶ୍ଚିତ share କରନ୍ତୁ ଆପଣଙ୍କ ସାଙ୍ଗସାଥି ଙ୍କ ସହିତ।

ଆମ ଓଡ଼ିଶା ବିଷୟରେ ୧୦ଟି ରୋଚକ ସତ୍ୟ ଯାହା ଆପଣ ଆଗରୁ ଜାଣିନଥିବେ। ଆମ ଓଡ଼ିଶା ବିଷୟରେ ୧୦ଟି ରୋଚକ ସତ୍ୟ ଯାହା ଆପଣ ଆଗରୁ ଜାଣିନଥିବେ। Reviewed by Alone Arya on 6:44 AM Rating: 5

No comments:

Powered by Blogger.