How to maintain continuity in study and everything ? କିପରି କୌଣସି ଭଲ ଅଭ୍ୟାସ କୁ ନିରନ୍ତର ବଜାଇ ରଖି ପାରିବେ।

How to maintain continuity in study and everything ?
କିପରି କୌଣସି ଭଲ ଅଭ୍ୟାସ କୁ ନିରନ୍ତର ବଜାଇ ରଖି ପାରିବେ।

ଅଭ୍ୟାସ ତ ଅଭ୍ୟାସ ହୋଇଥାଏ କିନ୍ତୁ ,ଫରକ ଥାଏ ଭଲ ଓ ଖରାପ ରେ। ଖରାପ ଅଭ୍ୟାସ କୁ ବାହାର କରିହୁଏନି, କି ଭଲ ଅଭ୍ୟାସ କୁ ଆରମ୍ଭ କରିହୁଏନି। ଏହା କାହିଁକି ହୋଇଥାଏ? ଏହାର କଣ ରହିଛି ମୂଳ କାରଣ, ସେ ବିଷୟରେ ଆଜି ମୁଁ ଆପଣମାନଙ୍କୁ ଦର୍ଶାଇବି। କାହିଁକି ନା ସଫଳତା କୌଣସି ଲକ୍ଷ୍ୟ ନୁହେଁ। ସଫଳତା ଭଲ ଅଭ୍ୟାସ ଗୁଡିକର ସମ୍ମିଳନୀ। ତେଣୁ ଭଲ ଅଭ୍ୟାସ ଗୁଡିକ ର ବିକାଶ ରୀତିମତ ଆବଶ୍ୟକ ରହିଛି ସଫଳ ହବାପାଇଁ। ଏହାକୁ ଜାଣିବା ପାଇଁ ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ସାଙ୍ଗମାନେ ମୁଁ ଆପଣଙ୍କୁ ଯାହା ଜଣାଇବାକୁ ଚାହୁଁଛି, ତାହା କୌଣସି ମନଗଢ କାହାଣୀ ନୁହଁ କି,କିଛି ଅବାସ୍ତବିକ ଜିନିଷ ନୁହଁ ଯାହାକୁ ଆପଣ କରିପାରିବେ ନାହିଁ। ଏହା ସମ୍ପୂର୍ଣ୍ଣ ବାସ୍ତବିକ ଘଟଣା ଓ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ପ୍ରମାଣିତ ହୋଇଥିବା ଘଟଣା। ଯାହାକୁ ଡ଼ଃ. ଜୋସେଫ ମୂର୍ଫ ଙ୍କ ବହି “The Power of yours subconscious Mind”
ରୁ ସଂଗୃହିତ କରାଯାଇଛି।

କୌଣସି ବ୍ୟକ୍ତି ଜନ୍ମ ରୁ ହିଁ ପୁରାପୁରି ଭାବେ motivated ନଥାଏ। ସମୟ ଓ ପରିସ୍ଥିତି ଅନୁଯାୟୀ ତାକୁ ପରିବର୍ତ୍ତନ ହବାକୁ ପଡିଥାଏ। ଯେଉଁମାନେ ନିରନ୍ତର ଅଦ୍ୟବ୍ୟସାୟ ସହିତ କୌଣସି ଜିନିଷ କୁ ପାଇବାପାଇଁ ଲାଗିଥାନ୍ତି, ସେମାନେ କାବେବି ନିରାଶ ହୁଅନ୍ତି ନାହିଁ। ଏହା ସତ୍ୟ ନୁହଁ, କାରଣ ନିରାଶ ତ ସଫଳ ରାସ୍ତା ର ଏକ ପ୍ରତିବନ୍ଧକ ସଦୃଶ। ତାକୁ ଅତିକ୍ରମ ନକରିବା ପର୍ଯ୍ୟନ୍ତ ସଫଳତା ନିକଟରେ ପହଁଚିବା କଷ୍ଟ। ହେଲେ ଏତେ ସହଜରେ ନିରନ୍ତର ରୁ ଆମେ ଓହରି ଯାଇଥାଉ କାହିଁକି? କାରଣ ହେଲା ଆମେ ସେହି ବିଷୟର ପ୍ରକୃତ ରହସ୍ୟ କୁ ବୁଝି ନଥାଉ। ଉଦାହରଣ ସ୍ଵରୂପ, ଯଦି ଆପଣ ପାଠ ପଢ଼ୁଥିବା ସମୟରେ ଆପଣଙ୍କ ସାଙ୍ଗ ବା ସାଙ୍ଗୀ କୁ ମୋବାଇଲ ରେ ଗୋଟେ ମେସେଜ କଲେ। ସେ ମେସେଜ ର ସେ ଉତ୍ତର ଦେଲା। ଆପଣ ପୁଣୀ ତାର ପ୍ରତିଉତ୍ତର ଦେଲେ ,ସେ ପୁଣି ଉତ୍ତର ଦେଲେ। ଏହିପରି ଘଣ୍ଟା ଘଣ୍ଟା ଚାଲିଯାଏ ପଛେ,ଆପଣ ସେଥିରୁ ବାହାରି ପାରନ୍ତି ନାହିଁ। କାରଣ ଆପଣ ପଢିବାର ପ୍ରକୃତ ମହତ୍ତ୍ୱ କୁ ବୁଝିନାହାନ୍ତି ତେଣୁ ସେ ସମସ୍ୟ ଉପୁଜିଲା।
ଏହି ସମସ୍ୟ ର ସମାଧାନ ପାଇଁ ପ୍ରଥମ ସୂତ୍ର ପ୍ରୟୋଗ କରନ୍ତୁ:-
Understanding of Importance.
ମୁଁ ଏହି ବିଷୟରେ ଆପଣ ମାନଙ୍କୁ ଜଣାଉଛି, ଯଦି ଏହାର Importance କୁ ମୁଁ ଭଲଭାବରେ ନ ବୁଝେ ତେବେ ଆପଣ ମାନଙ୍କୁ ମଧ୍ୟ ଭଲ ଭାବରେ ଜଣାଇ ପାରିବି ନାହିଁ। ମୁଁ ଚାହେଁ ପ୍ରକୃତ ରହସ୍ୟ ଆପଣମାନେ ଜାଣନ୍ତୁ। ଆପଣମାନେ କିପରି ନିରନ୍ତର ଯୋଡି ହୋଇ ରହିପାରିବେ ସଫଳତା ପାଇବା ପର୍ଯ୍ୟନ୍ତ। କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହେଉ ଅବା ପାଠ ପଢିବା ହେଉନା କାହିଁକି।
ମହତ୍ତ୍ୱ କୁ ବୁଝିବାକୁ ପଡ଼ିବ। ଯେକୌଣସି ଜିନିଷ ହେଉନା କାହିଁକି ଯାହାକୁ ଆମେ କରିବାକୁ ବା ପାଇବାକୁ ଚାହୁଁଛନ୍ତି, ଯଦି ତାର ପ୍ରକୃତ ମହତ୍ତ୍ୱ କୁ ଆମେ ବୁଝିଯାଉଛନ୍ତି ତେବେ ତାକୁ ପାଇବା ବହୁତ ସହଜ ହୋଇଯିବ। ଯାହାକି ଏତେ ସହଜରେ ଭାଙ୍ଗିବ ନାହିଁ। କିଛି ଜିନିଷର ମହତ୍ତ୍ୱ କୁ ଯେତେବେଳେ ଆମେ ବୁଝିପାରନ୍ତି ସେତେବେଳେ ଆମେ ନିରନ୍ତର ଅଭ୍ୟାସ ବଜାଇ ରଖନ୍ତି। କାରଣ ସେତେବେଳେ ଆମେ ଜାଣିପାରନ୍ତି ତା ଦ୍ୱାରା ଆମର କେତେ ଫାଇଦା ହୋଇଥାଏ। ଯେତେବେଳେ ଆପଣ ଜାଣିଗଲେ ତାହାର ମହତ୍ତ୍ୱ କଣ ସେତେବେଳେ ଆପଣ ଦ୍ଵିତୀୟ ସ୍ତର କୁ ଯାଆନ୍ତୁ।

Understanding of your Caliber.
ନିଜର ସାମର୍ଥ୍ୟ କୁ ବୁଝନ୍ତୁ। ପ୍ରାୟ ସମୟରେ ଏମିତି ହୋଇଥାଏ ଆମେ ଜାଣିଥାଉ ଯେ ସେ ଜିନିଷର ମହତ୍ତ୍ୱ ଆମ ପାଇଁ କଣ ରହିଛି। ଯେପରି ଆମେ ଜାଣିଥାଉ ଯେ ଆମକୁ ସେ ଅଫିସର କାହିଁକି ହବାର ଅଛି। ସେ ବଡ କମ୍ପାନୀ ରେ ଚାକିରୀ କାହିଁକି କରିବାର ଅଛି। ଆଉ ଏହାକୁ କିପରି କରିବାର ଅଛି। ହେଲେ ଆମେ ଆମର Caliber କୁ Judge କରିପାରନ୍ତି ନାହିଁ। ମୂଳତଃ ଆମେ ଆମ Comfort Zone ରୁ ବାହାରକୁ ଆସନ୍ତି ନାହିଁ। ତେଣୁ ଆମକୁ ଆମ ନିଜ Caliber ବା ସାମର୍ଥ୍ୟ କୁ ଜାଣିବା ସମ୍ପୂର୍ଣ୍ଣ ଜରୁରୀ ଅଟେ। ନିଜ caliber ଜାଣିବାକୁ ହେଲେ ,ନିଜର weakness ସହିତ ନୁହଁ ନିଜର Strength ସହିତ ଖେଳିବା ପାଇଁ ପଡିବ। କାରଣ ଦୁର୍ବଳତା ବିଷୟରେ ସବୁବେଳେ ଚିନ୍ତାକଲେ ତାହା ଦୁରୀଭୂତ ହେବ ନାହିଁ। ନିଜର ସବଳତା ଦ୍ୱାରା ହିଁ ତାକୁ ଦୁରୀଭୂତ କରିହେବ। କଥାଟା କୁ ଭଲ ଭାବରେ ଥରେ ଭାବନ୍ତୁ ଆପଣ ଯେଉଁ ବିଷୟରେ ଦୁର୍ବଳ ସେ ବିଷୟରେ ଯଦି ସବୁବେଳେ ଚିନ୍ତା କରିବେ ତେବେ ସେ ଦୁରେଇ ଯିବା ପରିବର୍ତ୍ତେ ଆହୁରି ଦୃଢ଼ ହୋଇଯିବ ତେଣୁ ସେହିପରି ଓଲଟା ବିଚାର କରିବା ଠିକ ହେବ ନାହିଁ। ତେଣୁ ଦ୍ଵିତୀୟ ଫର୍ମୁଲା କୁ ସବୁବେଳେ ପ୍ରୟୋଗ କରନ୍ତୁ। ନିଜର ଦୁର୍ଗାଣକୁ ନିପାତ କରିବା ପାଇଁ। ତେବେଯାଇ ତୃତୀୟ ସ୍ତରକୁ ଆସି ପାରିବେ।

Work and Track

କାରଣ ସବୁବେଳେ ଆମ ଅବଚେତନ ମନକୁ ପ୍ରମାଣ ଦରକାର ହୋଇଥାଏ। ତେଣୁ ଆପଣ କଣ କରୁଛନ୍ତି ସବୁବେଳେ ତାକୁ Track କରନ୍ତୁ। ତା ସହିତ ଛୋଟ ଛୋଟ ଭୁଲ ଗୁଡିକୁ ସୁଧାରରେ ଆଣନ୍ତୁ।

ଏହି ତିନୋଟି ପଦକ୍ଷେପ ଗ୍ରହଣ କରନ୍ତୁ ପରେ ଦେଖନ୍ତୁ ଚମତ୍କାର ଫଳାଫଳ।

How to maintain continuity in study and everything ? କିପରି କୌଣସି ଭଲ ଅଭ୍ୟାସ କୁ ନିରନ୍ତର ବଜାଇ ରଖି ପାରିବେ। How to maintain continuity in study and everything ?  କିପରି କୌଣସି ଭଲ ଅଭ୍ୟାସ କୁ ନିରନ୍ତର ବଜାଇ ରଖି ପାରିବେ। Reviewed by Alone Arya on 7:31 AM Rating: 5

No comments:

Powered by Blogger.