If you would not find the daily life problem salutations, then must Read this article .ଯଦି ଦୈନନ୍ଦିନ ଜୀବନରେ ଆସୁଥିବା ସମସ୍ୟା ର ସମାଧାନ ଚାହୁଁଛନ୍ତି ତେବେ ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। “ବାଧା-ବିଘ୍ନ କୁ ଡର ନାହିଁ ,ସଂଘର୍ଷ କର”

ଯଦି ଦୈନନ୍ଦିନ ଜୀବନରେ ଆସୁଥିବା ସମସ୍ୟା ର ସମାଧାନ ଚାହୁଁଛନ୍ତି ତେବେ ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।
“ବାଧା-ବିଘ୍ନ କୁ ଡର ନାହିଁ ,ସଂଘର୍ଷ କର”

Nature ର କିଛି law ଅଛି। ଯାହା ଅନୁସାରେ ଏ ସଂସାର ଚାଲିଥାଏ। କେବେଳ ଜଡ଼ ଜଗତ ନୁହେଁ, ବରଂ ଚେତନ ପ୍ରାଣୀ ମାନଙ୍କ ନିୟନ୍ତ୍ରଣ ମଧ୍ୟ ପ୍ରକୃତି ର ନିୟମ ଅନୁସାରେ ହୋଇଥାଏ। ପ୍ରକୃତିର ନିୟମ ଅନୁଯାୟୀ କୌଣସି ବି ପରିସ୍ଥିତି ପରିବର୍ତ୍ତନ ହେବ ଏକ ସ୍ୱାଭାବିକ କଥା। ଆମ ମାନଙ୍କ ପରିସ୍ଥିତି ମଧ୍ୟ ପରିବର୍ତ୍ତନ ହେବା ପ୍ରକୃତିର ନିୟମ ଅନ୍ତର୍ଗତ। ଆମ ମାନଙ୍କ ଜୀବନରେ ଉଥାନ ଓ ପତନ ଲାଗିରହିବା ପ୍ରକୃତିର ନିୟମ ଅନୁସାରେ ସ୍ୱାଭାବିକ। ଏହାକୁ ମଣିଷ ମନର ଦୁର୍ବଳତା ହିଁ କୁହାଯିବ। କାରଣ ସେ ଉର୍ଣ୍ଣତୀ ଓ ଅବନତି ର ନିୟମ କୁ ସହଜରେ ସ୍ୱୀକାର କରିପାରେ ନାହିଁ। ଅନୁକୂଳ ପରିସ୍ଥିତି ରେ ସେ ସୁଖ ଅନୁଭବ କରିଥାଏ ଓ ପ୍ରତିକୂଳ ପରିସ୍ଥିତି ରେ ସେ ଦୁଃଖ ଅନୁଭବ କରିଥାଏ।

ବିପତ୍ତି ଓ ପ୍ରତିକୁଳ ପରିସ୍ଥିତି କୁ କିପରି ନିୟନ୍ତ୍ରଣ କରିହେବ ?
ଏହାର ଉତ୍ତର ହେଲା ନିଜର ମନସ୍ଥିତି କୁ ପରିବର୍ତ୍ତନ ଓ ସନ୍ତୁଳିତ କରିବାକୁ ହେବ। ମାନେରଖିବା ଉଚିତ ଯେ ପରୀକ୍ଷା ଦେଲା ପରେ ହିଁ ନିଜର ସାମର୍ଥ୍ୟ ଜଣାପଡେ। ସୁନାକୁ ଅଗ୍ନିରେ ଗରମ କଲାପରେ ତାର ଉଜ୍ଜ୍ୱଳତା ପରିପ୍ରକାଶ ହୋଇଥାଏ। ଡ଼ଃ. Apj ଅବଦୁଲ କାଲାମ ଙ୍କ ଭାଷାରେ ସୂର୍ଯ୍ୟ ପରି ଚମକିବାକୁ ହେଲେ ପ୍ରଥମେ ସୂର୍ଯ୍ୟ ପରି ଜଳିବାକୁ ପଡିବ। ଶକ୍ତ ଲୁହା ପଥର ଅଗ୍ନିରେ ସମ୍ପୂର୍ଣ୍ଣ ଭାବରେ ତରାଳିବା ପରେ ହିଁ ଛାଞ୍ଚ ରେ ଢାଳିବା ପାଇଁ ଯୋଗ୍ୟ ହୋଇଥାଏ। ଠିକ ଏହିପରି ମଣିଷ ବିପତ୍ତି ର ଅଗ୍ନିରେ ଗରମ ହେଲାପରେ ଉତ୍କୃଷ୍ଟ, ସୌନ୍ଦର୍ଯ୍ୟପୂର୍ଣ୍ଣ, ପ୍ରଭାବଶାଳୀ ଓ ମହତ୍ୱପୂର୍ଣ୍ଣ ହୋଇଥାଏ। ତେଣୁ ସମସ୍ୟା ଓ କଷ୍ଟ ଆମମାନଙ୍କ ବିକାଶରେ ମୁଖ୍ୟ ଭୂମିକା ଲିଭାଇ ଥାନ୍ତି। ଏମାନଙ୍କ ସହ ଖିଲିବା ଦ୍ୱାରା ଆମେ ଶକ୍ତିଶାଳୀ ହୋଇଥାଉ ଓ ଆମ ବ୍ୟକ୍ତିତ୍ୱ ନିର୍ମାଣ ହୋଇଥାଏ।
ଯେଉଁ ବ୍ୟକ୍ତି ସମସ୍ୟା ଓ ବାଧା ବିଘ୍ନ କୁ ଡରିଯାଇ ସାହସ ହରାଇ ବସେ, ସେ ନିଶ୍ଚିନ୍ତ ଭାବେ ହରିଯାଏ ଏବଂ ସେ ସେଗୁଡିକ ସହ ଯିଏ ବୁଝାମଣା କରିନିଏ ସେ ଲକ୍ଷ୍ୟ ସ୍ଥଳରେ ପହଂଚିଯାଏ। ଏହି ପ୍ରକାରେ ହରିଯିବା ଓ ଅସଫଳ ହେବା ଅଥବା ବିଜୟୀ ଓ ସଫଳତା ବରଣ କରିବା ପାଇଁ ଆଉ କେହି ଦାୟୀ ନୁହେଁ ,ସେଥିପାଇଁ ସେ ସ୍ୱୟଂ ନିଜେ ହିଁ ଦାୟୀ। ନିର୍ବାଚନ ତା ହାତରେ ସେ ସଫଳତା କୁ ବାଛୁଛି ନା ଅସଫଳତା କୁ। ଯଦି ସେ ଚାହେଁ ତେବେ ଅସମ୍ଭବ କୁ ମଧ୍ୟ ସମ୍ଭବ ରେ ପରିଣତ କରିଦେଇପାରିବ। ମଣିଷ ତା ସହିତ ବୁଝାମଣା କରୁଛି, କି ତାକୁ ସ୍ୱାଗତ କରୁଛି ଅବା ତାକୁ ଡରି ଦୌଡ଼ି ପଳାଉଛି ଏହା ତାଉପରେ ନିର୍ଭର କରେ।

ଏ ଦୁନିଆରେ ଯେତେବି ମହାପୁରୁଷ ଅଛନ୍ତି। ଅଥବା ଯେଉଁ ଲୋକମାନେ ମଧ୍ୟ ନିଜ କ୍ଷେତ୍ରରେ ଆଶାତୀତ ସଫଳତା ଲାଭ କରିଛନ୍ତି। ଯଦି ସେମାନଙ୍କ ଜୀବନିକୁ ଅଧ୍ୟୟନ କରାଯାଏ। ତେବେ ଜଣାପଡ଼ିବ ଯେ ଅସୁବିଧା ଓ ବାଧା ବିଘ୍ନ ର ସମ୍ମୁଖୀନ ନ ହୋଇ କେହିମଧ୍ୟ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନାହାନ୍ତି। ବାଧା-ବିଘ୍ନ ର ଅଗ୍ନି ପରୀକ୍ଷା ରେ ପ୍ରବେଶ ନ କରି କାହାର ବ୍ୟକ୍ତିତ୍ୱ ନିର୍ମାଣ ସମ୍ଭବ ନୁହଁ। ବାଧା-ବିଘ୍ନ ଏକ ସାଣ ଅଟେ। ଯାହା ମଣିଷ ର ବ୍ୟକ୍ତିତ୍ୱ କୁ ଘଷି ମାଜି ପରିଷ୍କାର କରିଦିଏ। ଯେପରି ଜୀବନରେ କାମ ଓ ଖାଦ୍ୟ ରେ ସ୍ୱାଦ ଦରକାରୀ ହୋଇଥାଏ, ଠିକ ସେହିପରି ତାହାର ମଧ୍ୟ ଆବଶ୍ୟକ ରହିଛି।

କଷ୍ଟ ଓ ପ୍ରତିକୂଳତା ମଣିଷ ର ଅହଂକାର କୁ ନଷ୍ଟ କରି ତା ମଧ୍ୟରେ ବିନମ୍ରତା ଓ ଶ୍ରଦ୍ଧା-ଭକ୍ତି ଭରିଦିଏ। ଖାଲି ଏତିକି ନୁହେଁ ତାକୁ ସୁସ୍ଥ ଓ ସୁଦୃଢ଼ କରିଦିଏ। ଏଣୁ ପ୍ରତିକୂଳତା କୁ ବରଦାନ କହିବା ଉଚିତ। ପରିଶ୍ରମୀ, ପୁରୁଷାର୍ଥୀ ଓ ସାହସୀ ବ୍ୟକ୍ତି ପ୍ରତିକୁଳ ପରିସ୍ଥିତି ରେ ବହୁତ କିଛି ଅର୍ଜନ କରିଥାଏ। କିନ୍ତୁ ଭୀରୁ ଓ କାପୁରୁଷ ପ୍ରତିକୂଳତା କୁ ଡରି ଯାଇଥାଏ।

ଏ ପୃଥିବୀର ନିୟମ ହେଉଛି ଯେପର୍ଯ୍ୟନ୍ତ ଶରୀର ରହିଛି, ସେ ପର୍ଯ୍ୟନ୍ତ ସୁଖ ଓ ଦୁଖଃ ର ନିବାରଣ ସମ୍ଭବ ନୁହଁ। ଯେପରି ଦିନପରେ ରାତି ହୁଏ, ଋତୁ ପରିବର୍ତ୍ତନ ହୋଇଥାଏ ,ଠିକ ସେହିପରି ଅସୁବିଧା ଜୀବନର ଅଙ୍ଗ ଅଟେ। ଏହାକୁ ଆମେ କେତେ ଦୁରେଇ ଯିବାକୁ ଚେଷ୍ଟା କଲେ ମଧ୍ୟ ଏହା ଆମ ପିଛା ଛାଡିନଥାଏ। ତେଣୁ ବୁଦ୍ଧିମତା ର ସହିତ ତାହାକୁ ସାମ୍ନା କରିବାକୁ ପଡିବ। ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ। ଅସୁବିଧା ଓ ବିପତ୍ତି କୁ ଏଡେଇବାର ଏକମାତ୍ର ମାର୍ଗ ହେଲା, ଉପଯୁକ୍ତ କାର୍ଯ୍ୟ ରେ ବ୍ୟସ୍ତ ରହିବା। ମଣିଷ ଯଦି ସବୁବେଳେ ବ୍ୟସ୍ତ ରହେ ତେବେ ତାଉପରକୁ ଆସୁଥିବା କଷ୍ଟ ପ୍ରତି, ଶୋକ ଓ ଚିନ୍ତା କରିବାକୁ ସମୟ ପାଇନଥାଏ। ସ୍ୱାମୀ ବିବେକାନନ୍ଦ କହିଥିଲେ- “ବ୍ୟସ୍ତ ମନୁଷ୍ୟ ଲୁହ ଗଡ଼ାଇବାକୁ ସମୟ ପାଇ ନଥାଏ। ” ଏହା ଠିକ ମଧ୍ୟ। ଯିଏ ବ୍ୟସ୍ତ ରହେ ସେ ବିପତ୍ତି ସମୟରେ ଚିନ୍ତାକରି ଦୁଃଖୀ ହବାପାଇଁ ସମୟ କେଉଁଠୁ ପାଇବ।  ବିପତ୍ତି, ପ୍ରତିକୂଳତା ଓ ବାଧା-ବିଘ୍ନ ସବୁ ଜୀବନର ସହଜ ଓ ସ୍ୱାଭାବିକ କ୍ରମ। ସେମାନେ ଆମ ମାନକୁ ଶିକ୍ଷା ଦେବାପାଇଁ ଆସନ୍ତି ଓ ଯାଆନ୍ତି। ଏଣୁ ସେ ପରିସ୍ଥିତି କୁ ଦେଖି ଭୟଭୀତ ହେବା କିଛି ଆବଶ୍ୟକ ନାହିଁ।

“ନିର୍ଭୀକ ଓ ସାହସୀ ହୁଅନ୍ତୁ। ଦେଖିବେ ଜିବନ ବଗିଚାରେ କୁସୁମିତ ଫୁଲ ଫୁଟି ଉଠିବ। ”
ସାଙ୍ଗମାନେ ବିଷୟଟି କିପରି ଲାଗିଲା ତଳେ comment କରି ନିଶ୍ଚିତ କୁହନ୍ତୁ। ଏହି ବିଷୟ କୁ Video ମାଧ୍ୟମରେ ଦେଖିବା ପାଇଁ ଆମ Youtube ଚ୍ୟାନେଲ Curious odia କୁ Subscribe କରନ୍ତୁ । ନୁଆଁ ନୁଆଁ ଶିକ୍ଷା ପାଇବା ପାଇଁ ଆପଣଙ୍କ mail id ଦେଇ ଆମ website ଓ Channel କୁ Subscribe କରନ୍ତୁ।

ପରିଶେଷରେ post ଟିକୁ ଶେଷ ପର୍ଯ୍ୟନ୍ତ ପଢ଼ିବାରୁ ଧନ୍ୟବାଦ। ମୋର ଅନୁରୋଧ ଯଦି ବିଷୟ ଟି ଲେଖାରେ କୌଣସି ଅକ୍ଷର ଗତ ତ୍ରୁଟି ପରିଲିଖିତ ହୋଇଛି ତେବେ ଆପଣଙ୍କ ସହୃଦୟରୁ କିଛି କ୍ଷମା ମୋ ପ୍ରତି ଦାନ କରିବେ।
ଏହିପରି  ନୀତିଶିକ୍ଷା, ନୀତିବାଣୀ, ଜଣା ଅଜଣା ସତ୍ୟ ଓ ଜରୁରୀ ଜ୍ଞାନ ବିଷୟରେ ଅଧିକା ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆମ website visitକରନ୍ତୁ।

ସାଙ୍ଗମାନ ଏହି post ଟିକୁ ନିଶ୍ଚିତ share କରନ୍ତୁ ଆପଣଙ୍କ ସାଙ୍ଗସାଥି ଙ୍କ ସହିତ।
If you would not find the daily life problem salutations, then must Read this article .ଯଦି ଦୈନନ୍ଦିନ ଜୀବନରେ ଆସୁଥିବା ସମସ୍ୟା ର ସମାଧାନ ଚାହୁଁଛନ୍ତି ତେବେ ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। “ବାଧା-ବିଘ୍ନ କୁ ଡର ନାହିଁ ,ସଂଘର୍ଷ କର” If you would not find the daily life problem salutations, then must Read this article .ଯଦି ଦୈନନ୍ଦିନ ଜୀବନରେ ଆସୁଥିବା ସମସ୍ୟା ର ସମାଧାନ ଚାହୁଁଛନ୍ତି ତେବେ ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।   “ବାଧା-ବିଘ୍ନ କୁ ଡର ନାହିଁ ,ସଂଘର୍ଷ କର” Reviewed by Alone Arya on 9:13 AM Rating: 5

No comments:

Powered by Blogger.