Life is not copy.ବିଫଳତା ନୁହେଁ “ ଅଭିଜ୍ଞତା”


ବିଫଳତା ନୁହେଁ “ ଅଭିଜ୍ଞତା”

ଗୋଟିଏ ଘଞ୍ଚ ଜଙ୍ଗଲରେ ୫ଜଣ ଲୋକ ରାସ୍ତା ଭୁଲିଯାଇଥିଲେ। ବାହାରକୁ ଆସିବା ପାଇଁ ରାସ୍ତା ଖୋଜୁଥିବା ସମୟରେ ପ୍ରଥମ ବ୍ୟକ୍ତି ଜଣକ କହିଲେ ,ମୋତେ କାହିଁକି ଲାଗୁଛି ବାମପାର୍ଶ୍ଵ କୁ ଯିବା ଠିକ ହେବ। କାରଣ ମୋ ମନ ଏହା କହୁଛି। ଏହା କହି ସେ ଚାଲିଗଲେ। ଦ୍ଵିତୀୟ ବ୍ୟକ୍ତି ଜଣକ କହିଲେ ମୁଁ ଦକ୍ଷିଣ ପାର୍ଶ୍ଵକୁ ଯିବାକୁ ପସନ୍ଦ କରିବି। କାରଣ ମୋର ଦୃଡ଼ ବିଶ୍ୱାସ ହେଉଛି ,ଏହା ମୋତେ ବାହାରକୁ ନେଇଯିବ। କିନ୍ତୁ ତୃତୀୟ ବ୍ୟକ୍ତି ଜଣକ କହିଲେ ମୁଁ ପଛ ପଟରୁ ଯିବି। କାରଣ ତାହା ସୁରକ୍ଷିତ ରାସ୍ତା ଅଟେ। ଏହା କହି ସେ ମଧ୍ୟ ସେଠାରୁ ଚାଲିଗଲେ। ଚତୁର୍ଥ ବ୍ୟକ୍ତି ଜଣକ କିନ୍ତୁ ,ଆଗକୁ ଯିବାପାଇଁ ବାହାରିଗଲେ। ସେ ଆଗକୁ ଚାଲିଲେ। ଏ ସବୁ କଥା ଶୁଣିବା ପରେ କିନ୍ତୁ ପଞ୍ଚମ ବ୍ୟକ୍ତି ଜଣକ ଭାବିଲେ ପ୍ରକୃତରେ ମୁଁ ରାସ୍ତା କୁଆଡେ ଜାଣିନି। କାହିଁକି ନା ଏ ପାଖରେ ଥିବା ଲମ୍ବା ଗଛ ଉପରକୁ ଚଢିଯିବି, ଆଉ ଦେଖିବି ରାସ୍ତା କୁଆଡେ ଦେଖାଯାଉଛି। ଏହା କହି ସେ ଗଛ ଉପରକୁ ଚଢିଗଲେ ଆଉ ଦେଖିଲେ ସେ ଜାଗାରୁ ଗୋଟେ ଛୋଟିଆ ପାଦଚଲା ରାସ୍ତା ପାଖରେ ଥିବା ଗୋଟିଏ ଗାଁ ଆଡ଼କୁ ଯାଉଛି। ଏହା ଦେଖି ସାରିବା ପରେ ସେ ତଳକୁ ଓହ୍ଲାଇ ସେ ଦିଗକୁ ଚାଲିଲେ।
ସଙ୍ଗମାନେ ଏହା ହେଉଛି ଏକ କାଳ୍ପନିକ ଘଟଣା । ଯାହା ଆମ ଜୀବନରେ ଆମକୁ ଥରେ ନା ଥରେ ସମ୍ମୁଖୀନ କରିବାକୁ ପଡ଼ିଥାଏ। ଯେତେବେଳେ ଆମ ପାଖରେ ଗୋଟିଏ ରାସ୍ତା ବାଛିବା ପାଇଁ କେତେ ଅଧିକା Option ଥାଏ। କିନ୍ତୁ ଆମେ ଭାବି ବିଚାରି ବୁଦ୍ଧିମତାର ସହିତ ସଠିକ ରାସ୍ତା କୁ ବାଛିଥାଉ। ଏହା ଠିକ ମଧ୍ୟ।
ଏ ଗପଟି ଠିକ ଏପରି। ଯେତେବେଳେ ସେମାନଙ୍କ ପାଖରେ ବିଭିନ୍ନ ରାସ୍ତା ଥିଲା କିନ୍ତୁ, ସମସ୍ତେ ଅଲଗା ଅଲଗା ରାସ୍ତା ବାଛିଥିଲେ। ପଞ୍ଚମ ବ୍ୟକ୍ତି ଜଣକ ଭାବୁଥିଲି ସେମାନେ କାହିଁକି ଅନ୍ୟ ରାସ୍ତାରେ ଗଲେ ମୋସହିତ ଆସିଥିଲେ ଠିକ ହୋଇଥାନ୍ତା। ସେ କହୁଥିବା କଥା ଗୋଟାଏ ଦୃଷ୍ଟିରେ ଠିକ ମଧ୍ୟ। କାରଣ ସେ ବୁଦ୍ଧିମତା ର ସହିତ ଭାବିବିଚାରି ପଦକ୍ଷେପ ନେଇଥିଲେ। କିନ୍ତୁ ଏହା ସମ୍ପୂର୍ଣ୍ଣ ଠିକ ମଧ୍ୟ ନୁହଁ। କାରଣ ପ୍ରତ୍ୟେକ ବ୍ୟକ୍ତି ତାଙ୍କ ନିଜ ଇଚ୍ଛା ଅନୁସାରେ ନିଜର ରାସ୍ତା ବାଛିଥିଲେ। ତେଣୁ ସେମାନେ ଅଲଗା ଅଲଗା ଅଭିଜ୍ଞତାକୁ ପାଇଥିଲେ।

ଯେଉଁ ବ୍ୟକ୍ତି ଜଣଙ୍କ ବାମ ପାର୍ଶ୍ଵରେ ଯାଇଥିଲେ, ତାଙ୍କୁ ବହୁତ ରାସ୍ତା ଚାଲିବାକୁ ପଡିଥିଲା। କିନ୍ତୁ ସେ ଶେଷରେ ତାଙ୍କ ସହର ରେ ପହଂଚି ଯାଇଥିଲେ। ଯେଉଁ ବ୍ୟକ୍ତି ଜଣକ ଦକ୍ଷିଣ ପାର୍ଶ୍ୱ ରେ ଯାଇଥିଲେ , ତାଙ୍କୁ ରାସ୍ତାରେ ଗୋଟିଏ ଗଧିଆ ଦଳ ସହିତ ଲଢେ଼ଇ କରିବାକୁ ପଡିଥିଲା। ସେ ସେଠାରେ ଶିଖିଥିଲେ ଯେ ଜଙ୍ଗଲରେ କିପରି ଚଳିବାକୁ ପଡିଥାଏ। ଯେଉଁ ବ୍ୟକ୍ତି ଜଣକ ପଛକୁ ଯାଇଥିଲେ। ସେ ଆଉ ଏକ ନୁଆଁ ଦଳକୁ ପାଇଯାଇଥିଲେ। ଯେଉଁମାନେ ପାହାଡ଼ ଆରୋହଣ କରିବାକୁ ଆସିଥିଲେ। ସେ ସେମାନଙ୍କୁ ପାଇ ନୁଆଁ ସାଥି ପାଇଯାଇଥିଲେ। ଯେଉଁ ବ୍ୟକ୍ତି ଜଣକ ଆଗକୁ ଯାଇଥିଲେ ସେ ଗୋଟିଏ ଫାର୍ମ ରେ ଯାଇ ପହଁଚିଥିଲେ।ଯାହା ଗୋଟିଏ ପରିବାର ଦ୍ୱାରା ପରିଚାଳିତ ହେଉଥିଲା। ସେ କିଛିଦିନ ରହି ଆନନ୍ଦ ଓ ଭଲପାଇବା ପାଇଥିଲେ। ପଞ୍ଚମ ବ୍ୟକ୍ତି ଜଣକ ତ ପାଖ ଗାଁ କୁ ଯାଇଥିଲେ। ଏହି ଯାତ୍ରା ଟି ସେ ସମସ୍ତଙ୍କୁ ସମୃଦ୍ଧିଶାଳୀ କରିଦେଇଥିଲା। ତାଙ୍କୁ ତାଙ୍କ ନିଜ ଅଦ୍ୱିତୀୟ ମାର୍ଗରେ। ତାଙ୍କୁ ନୁଆଁ ଅଭିଜ୍ଞତା ଦେଇଥିଲେ। ଠିକ ଏହିପରି , ଆମ ଜୀବନରେ ହୋଇଥାଏ। ଯେତେବେଳେ ଆମେ ଦୃଢ଼ ପଦକ୍ଷେପକୁ ଆମ ନିଜ ଇଚ୍ଛାରେ ବିବେକବାନ ଭାବେ ନେଇଥାଉ।

କାହିଁକି ନା ଜୀବନ ହେଉଛି ଗୋଟିଏ ପରୀକ୍ଷା ଭଲି। ବହୁତ ଲୋକ ଅସଫଳ ହୋଇଥାନ୍ତି, କାରଣ ସେମାନେ ଅନ୍ୟମାନଙ୍କୁ ନକଲ କରିଥାନ୍ତି। ସେମାନେ ଭାବନ୍ତି ନାହିଁ ଯେ ସମସ୍ତଙ୍କ ପ୍ରଶ୍ନ ପେପର ଅଲଗା ଅଲଗା। ତେଣୁ ବନ୍ଧୁମାନେ ଅନ୍ୟକୁ ନକଲ କରନ୍ତୁ ନାହିଁ। ନିଜକୁ ଅନୁସରଣ କରନ୍ତୁ ,ନିଜ ବିବେକ କୁ ପରଖନ୍ତୁ ,କାରଣ ଫଳ ଯଦି ହୋଇଛି ତେବେ ମଞ୍ଜି ନିଶ୍ଚିତ ଅଛି। ହୁଏତ ବାହାରେ ଥାଇପାରେ ବା ଭିତରେ। ସର୍ବଦା ଅନ୍ୟ ଠାରୁ ଶିଖନ୍ତୁ।

🙏ଧନ୍ୟବାଦ🙏

ସାଙ୍ଗମାନେ ବିଷୟଟି କିପରି ଲାଗିଲା ତଳେ comment କରି ନିଶ୍ଚିତ କୁହନ୍ତୁ। ଏହି ବିଷୟ କୁ Video ମାଧ୍ୟମରେ ଦେଖିବା ପାଇଁ ଆମ Youtube ଚ୍ୟାନେଲ Curious odia କୁ Subscribe କରନ୍ତୁ । ନୁଆଁ ନୁଆଁ ଶିକ୍ଷା ପାଇବା ପାଇଁ ଆପଣଙ୍କ mail id ଦେଇ ଆମ website ଓ Channel କୁ Subscribe କରନ୍ତୁ।

ପରିଶେଷରେ post ଟିକୁ ଶେଷ ପର୍ଯ୍ୟନ୍ତ ପଢ଼ିବାରୁ ଧନ୍ୟବାଦ। ମୋର ଅନୁରୋଧ ଯଦି ବିଷୟ ଟି ଲେଖାରେ କୌଣସି ଅକ୍ଷର ଗତ ତ୍ରୁଟି ପରିଲିଖିତ ହୋଇଛି ତେବେ ଆପଣଙ୍କ ସହୃଦୟରୁ କିଛି କ୍ଷମା ମୋ ପ୍ରତି ଦାନ କରିବେ।
ଏହିପରି  ନୀତିଶିକ୍ଷା, ନୀତିବାଣୀ, ଜଣା ଅଜଣା ସତ୍ୟ ଓ ଜରୁରୀ ଜ୍ଞାନ ବିଷୟରେ ଅଧିକା ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆମ website visitକରନ୍ତୁ।

ସାଙ୍ଗମାନ ଏହି post ଟିକୁ ନିଶ୍ଚିତ share କରନ୍ତୁ ଆପଣଙ୍କ ସାଙ୍ଗସାଥି ଙ୍କ ସହିତ।

Life is not copy.ବିଫଳତା ନୁହେଁ “ ଅଭିଜ୍ଞତା” Life is not copy.ବିଫଳତା ନୁହେଁ “ ଅଭିଜ୍ଞତା” Reviewed by Alone Arya on 10:08 PM Rating: 5

No comments:

Powered by Blogger.