ଯଦି ଭୋଟ ଦିଅନ୍ତି ତେବେ ପଢ଼ନ୍ତୁ।



ସମ୍ପୂର୍ଣ ପଢନ୍ତୁ ଆଖି ଖୋଲିଯିବ-

*_ଆସ ଆମେ ସବୁ_*
*_ଗରିବ ହେବା_* ।
_*ଗରିବ ହେବାକୁ*_
_*ଘୁଉସ ଦେବା।*_

ଚାଉଳ, ଗହମ ସବୁ ପାଇବା ।
କାମ ଧନ୍ଦା ଛାଡ଼ି ତାସ ଖେଳିବା ।
ବାର ମାସ ଯାକ ରଜ ପାଳିବା।
ମାଗଣା ବିଜୁଳି, ଏଲିଡି ବଲ
ଗ୍ଯାସ ସିଲିଣ୍ଡର
 ସବୁ ପାଇବା ।
*_ଆସ ଆମେ ସବୁ_*
*_ଗରିବ ହେବା_* ।
_*ଗରିବ ହେବାକୁ*_
_*ଘୁଉସ ଦେବା।*_

ବାପ,ମା,ପୁଅ ଅଲଗା ହେବା ।
ବି ପି ଏଲ କାର୍ଡ, ଇର୍ନ୍ଦିରା ଆବାସ,ବିଜୁ ପକାଘର, ମୋ କୁଡିଆ,ଉଜ୍ଜ୍ବଳା ଯୋଜନା ,ଘୁଆଳ, ପାଇଖାନା, ବାର୍ଧକ୍ୟ ଭତ୍ତା 
ଘୁସ ଦେଇ ସବୁ  ହାତେଇ ନବା।
*_ଆସ ଆମେ ସବୁ_*
*_ଗରିବ ହେବା_* ।
_*ଗରିବ ହେବାକୁ*_
_*ଘୁଉସ ଦେବା।*_

ରୋଗ ବେମାର କୁ ନଥିବ ଡର ।
ମାଗଣା ଔଷଧ ଫ୍ରୀ
ଡାକ୍ତର ।
ମାଗଣା ସ୍ୱାସ୍ଥ୍ୟବୀମା, ଫସଲ ବୀମା,  କରଜ ଛାଡରେ ସାମିଲି ହେବା ।
*_ଆସ ଆମେ ସବୁ_*
*_ଗରିବ ହେବା_* ।
_*ଗରିବ ହେବାକୁ*_
_*ଘୁଉସ ଦେବା।*_

ମାଗଣା ରେ ପିଲା ପଢ଼ନ୍ତି ପାଠ ।
ମଧ୍ଯାନ୍ନ ଭୋଜନ ବଢିଆ ବାଟ ।
ମାଗଣା ଡ୍ରେସ୍, ମାଗଣା
ବହି ।
ଛତା, ଯୋତା, ବ୍ୟାଗ ସବୁ ମିଳଇ ।

ସାଇକେଲ୍, ଲାପଟପ, ସ୍କଲାରସିପ୍ ,
ଆଶା ବୈତରଣୀ
ଯାଉଛି ବହି।
ଗରିବଙ୍କ ପାଇଁ ଯେତେ ଯୋଜନା ।
ସବୁ ହେଉଅଛି ବାଟ ମାରଣା ।
ଦଲାରୀ , ମଧ୍ୟସ୍ଥି ଅଧେ ଖାଉଛନ୍ତି
ଆଉ ଅଧକରେ ଠିପିରି ଖୋଲା ।
ପୂର୍ବ ପୁରୁଷ ଙ୍କ ନାଁ
ରଖିବା ।
ଅକର୍ମା ହାତରେ ମାଗଣା ଚାଉଳ,
ମହାଆନନ୍ଦରେ ପିଣ୍ଡ ବାଢିବା ।
*_ଆସ ଆମେ ସବୁ_*
*_ଗରିବ ହେବା_* ।
_*ଗରିବ ହେବାକୁ*_
_*ଘୁଉସ ଦେବା।*_


*~ଗପଟିଏ~*

ମେଣ୍ଢା ମାନଙ୍କୁ ରାଜନେତା ମାନେ କଥା ଦେଲେ ଯେ ସବୁ ମେଣ୍ଢା ମାନଙ୍କୁ ଗୋଟେ ଗୋଟେ କମ୍ବଳ ଦେବେ | ମେଣ୍ଢା ମାନେ ଏହା ଶୁଣି ଖୁଶିରେ ନାଚି ଉଠିଲେ | ଆଉ ସମସ୍ତେ ନେତାଜୀଙ୍କ ଜୟ ଜୟ କାର କଲେ, ଜିନ୍ଦାବାଦ କଲେ |
କିନ୍ତୁ ଗୋଟେ ମେଣ୍ଢା ଛୁଆଟେ ତା ମା' କୁ ପଚାରିଲା କି ନେତାଜୀ ଆମକୁ ଦବାକୁ ଯାଉଥିବା କମ୍ବଳ ପାଇଁ "ଊଲ" (wool) କୋଉଠୁ ଆଣିବେ......??

ତାପରେ ସମସ୍ତେ ଚୁପ ହେଇଗଲେ ......



*ଯଦି ଏହି ପ୍ରଶ୍ନ ଲୋକମାନେ ସବୁ ରାଜନୀତି ଦଳଙ୍କୁ ପଚାରନ୍ତେ ଯେ ମାଗଣା ଚାଉଳ, ଗହମ, ଚିନି, ମୋବାଇଲ, ସାଇକେଲ, ଲାପଟପ ଇତ୍ୟାଦି କୋଉଠୁ ଆଣିକି ଦେବେ.....??*

Credit goes to the : Content Writers
ଯଦି ଭୋଟ ଦିଅନ୍ତି ତେବେ ପଢ଼ନ୍ତୁ। ଯଦି ଭୋଟ ଦିଅନ୍ତି ତେବେ ପଢ଼ନ୍ତୁ। Reviewed by Alone Arya on 2:36 AM Rating: 5

No comments:

Powered by Blogger.